ନବରଙ୍ଗପୁର:ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଥିଲା । ତେବେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ କେତେକ ପରୀକ୍ଷାର୍ଥୀ ଫର୍ ପୂରଣ କରିଥିବା ସତ୍ତ୍ବେ ପରୀକ୍ଷା ଦେବାକୁ ପହଞ୍ଚି ନାହାନ୍ତି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଥିବା ବେଳେ ଫର୍ମ ଭରି ୯୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ଜଣାପଡିଛି । ଜିଲ୍ଲାରେ ଭୁଶୁଡି ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ଶୁକ୍ରାବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ନବରଙ୍ଗପୁର ଜିଲ୍ଲାରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି l ଗତବର୍ଷ ୨୦୨୨ ମାଟ୍ରିକ୍ ପରୀକ୍ଷାରେ ୨୧୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇନଥିଲେ। ଗତବର୍ଷ ଅପେକ୍ଷା ଚଳିତ ମାଟ୍ରିକ୍ ପରୀକ୍ଷାରେ ଡ୍ରପ୍ ଆଉଟ ହାରରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଶିକ୍ଷା ବିଭାଗ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ନେଇ ଚିନ୍ତାରେ ପଡିଛି । ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା ପାଇଁ ଜିଲ୍ଲାର ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ l ସେଥିମଧ୍ୟରୁ ରେଗୁଲାର ପରୀକ୍ଷାର୍ଥୀ ୯୬୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟରୁ ୧୦ ଜଣ ଅନୁପସ୍ଥିତ ରହିଥିବା ସୂଚନା ରହିଛି ।