ଓଡିଶା

odisha

ETV Bharat / state

କାଠ ମାଫିଆଙ୍କୁ ମାଓବାଦୀଙ୍କ ଚେତାବନୀ - ଜଙ୍ଗଲ ଜମି ସୁରକ୍ଷୀ

ପୋଲିସକୁ ଖବର ଦେଲେ ଦଣ୍ଡ ଭୋଗିବାକୁ ପଡିବ ବୋଲି ଗ୍ରାମବାସୀଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 17, 2019, 5:32 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଏଥର ମାଓବାଦୀଙ୍କ ଟାର୍ଗେଟରେ ଜଙ୍ଗଲର ଗଛ କାଟୁଥିବା ଲୋକ ଓ କାଠ ମାଫିଆ । ଜଙ୍ଗଲର ଗଛ ନ କାଟି ତାହାର ସୁରକ୍ଷା କରିବା ତଥା ଜଙ୍ଗଲ ଗଛ କାଟି ଜମି ତିଆରିକୁ ମାଓବାଦୀ ବିରୋଧ କରିଛନ୍ତି । ଜଙ୍ଗଲ ଜମି ସୁରକ୍ଷା କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି ।

ଏନେଇ ଆଜି(ବୁଧବାର) ଏହାର ବିରୋଧରେ ନବରଙ୍ଗପୁରର ରାଇଘର ବ୍ଲକ ଅନ୍ତର୍ଗତ କୁଣ୍ଡେଇ ଜଙ୍ଗଲରେ ସୀତା ନଦୀ ମାଓ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି । ଜଙ୍ଗଲକୁ କାଟି ସେଥିରେ ନିଆଁ ଲଗାଇବାକୁ ବିରୋଧ କରିଛନ୍ତି ମାଓବାଦୀ । ଏପରି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ପୋଲିସ ଇନଫର୍ମର ସାଜିଲେ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ମାଓବାଦୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details