ଓଡିଶା

odisha

ETV Bharat / state

ବିଏସଏଫ୍ କ୍ୟାମ୍ପ ନିକଟରେ ମାଓବାଦୀ ବ୍ୟାନର - bsf

କୁନ୍ଦେଇ ଥାନା ତଥା ବିଏସଏଫ୍ କ୍ୟାମ୍ପ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି। ବିଏସଏଫ କ୍ୟାମ୍ପ ଠାରୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ତେବେ ଏଭଳି ଘଟଣା ସୁରକ୍ଷା ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ନବରଙ୍ଗପୁର

By

Published : Apr 7, 2019, 7:19 PM IST

ନବରଙ୍ଗପୁର : ରାଇଘର ବ୍ଲକ୍ ସୀମାନ୍ତ କୁନ୍ଦେଇ ଥାନା ତଥା ବିଏସଏଫ୍ କ୍ୟାମ୍ପ ନିକଟରେ ଆଜି ମାଓବାଦୀ ବ୍ୟାନର ଦେଖିବାକୁ ମିଳିଛି । ଲାଲ ସଲାମ ଡିଭିଜନ ମାଓବାଦୀ କମିଟି ରାଇଘର ନାମରେ ପ୍ରଥମ କରି ଲଗାଯାଇଥିବା ଉକ୍ତ ବ୍ୟାନର ମାଧ୍ୟମରେ ଲୋକଙ୍କୁ ଭୋଟ ବର୍ଜନ ପାଇଁ ଆହ୍ବାନ ଦେଇଥିବା ବେଳେ ଜଳ, ଜଙ୍ଗଲ ଓ ଜମି ପାଇଁ ଲଢେଇକୁ ଆହୁରି ଜୋରଦାର କରିବାକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଲେଖା ରହିଛି।

ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କୁନ୍ଦେଇ ଥାନା ତଥା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବ୍ୟାନର ଲଗାଯାଇଛି । ଏଭଳି ଘଟଣା ସୁରକ୍ଷା ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି । ଏ ସମ୍ପର୍କରେ ଉମରକୋଟ ଏସଡିପିଓଙ୍କୁ ପଚାରିବାରୁ ସେ ଏହି ଘଟଣାର ତଦନ୍ତ କରାଯିବ ଏବଂ ବହୁଦିନ ଧରି ଏହି ଅଞ୍ଚଳରେ ପୋଲିସ ତଥା ବିଏସଏଫ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଚାଲିଥିବା ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ତଳେ ଚନ୍ଦାହାଣ୍ଡି ଘାଟି ଓ ରାଇଘର ଗୋନା ଅଞ୍ଚଳରେ ଏଭଳି ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥଲା ଏବଂ ଆଜି କୁନ୍ଦେଇ ଠାରେ ଲାଗିଥିବା ବ୍ୟାନର ମାଓବାଦୀଙ୍କ ସ୍ଥିତି ଜାହିର କରୁଥିବା ସ୍ପଷ୍ଟ ହେଉଛି ।

ନବରଙ୍ଗପୁରରୁ ତପନ ବିଶୋୟୀ,ଇଟିଭି ଭାରତ

ABOUT THE AUTHOR

...view details