ଓଡିଶା

odisha

ETV Bharat / state

ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ପରୀକ୍ଷା ପାଇଁ ନମୁନା ସଂଗ୍ରହ କଲେ ଏଡିଏମଓ - ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ ଦଶାହ ଭୋଜି ଖାଇ ଶତାଧିକ ଝାଡାବାନ୍ତିରେ ଆକ୍ରାନ୍ତ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଏହାର କାରଣ ଜାଣିବା ପାଇଁ ଏଡିଏମଓଙ୍କ ନେତୃତ୍ବରେ ଏକ ଟିମ ଘରକୁ ଘର ବୁଲି ନମୁନା ସଂଗ୍ରହ କରିଛନ୍ତି । ଅଧିକ ପଢ଼ନ୍ତୁ

ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ପରୀକ୍ଷା ପାଇଁ ନମୂନା ସଂଗ୍ରହ କଲେ ଏଡିଏମଓ
ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ପରୀକ୍ଷା ପାଇଁ ନମୂନା ସଂଗ୍ରହ କଲେ ଏଡିଏମଓ

By

Published : Aug 1, 2022, 9:03 PM IST

ନବରଙ୍ଗପୁର: ଦଶାହ ଭୋଜି ଖାଇ ଉମରକୋଟ ବ୍ଲକ ଅଧିନ ଜାମରୁଣ୍ଡା ଓ ପଡ଼ିଗୁଡ଼ା ଗ୍ରାମର ଶତାଧିକ ପେଟ ଯନ୍ତ୍ରଣା ସହ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ନବରଙ୍ଗପୁର ଏଡିଏମଓ କହିଛନ୍ତି । ତେବେ କେଉଁ କାରଣରୁ ସମସ୍ତେ ଆକ୍ରାନ୍ତ ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ପରୀକ୍ଷା ପାଇଁ ନମୁନା ସଂଗ୍ରହ କଲେ ଏଡିଏମଓ

ସୂଚନା ଅନୁସାରେ ଗତ ଶନିବାର ଜାମରୁଣ୍ଡା ଗ୍ରାମର ବିଶ୍ବରଞ୍ଜନ ମିର୍ଧାଙ୍କ ମାଆଙ୍କ ଦଶାହ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜି ପ୍ରାୟ ୬୦୦ ଲୋକ ଖାଇଥିଲେ । କିନ୍ତୁ ରବିବାର ଦିନ ଜାମରୁଣ୍ଡା ଗ୍ରାମର ପ୍ରାୟ ୭୫ ଜଣ ଓ ପଡ଼ିଗୁଡ଼ା ଗ୍ରାମର ପ୍ରାୟ ୪୨ ଜଣଙ୍କର ଝାଡ଼ା ହୋଇଥିଲା । ରାତିରେ ଉଭୟ ଗ୍ରାମର ଆଶାକର୍ମୀ ପୂଜାରୀଗୁଡ଼ା ମେଡିକାଲର ଡାକ୍ତର ଅଭୟ କୁମାର ଦେଙ୍କ ନେତୃତ୍ଵରେ ଏକ ଟିମ ଜାମରୁଣ୍ଡା ଗ୍ରାମରେ ଅସ୍ଥାୟୀ ଶିବିର କରି ଔଷଧ ବାଣ୍ଟିଥିଲେ । ତେବେ ଆଜି(ସୋମବାର) ନବରଙ୍ଗପୁର ଏଡିଏମଓଙ୍କ ନେତୃତ୍ବରେ ଆଉ ଏକ ଟିମ ଉଭୟ ଗ୍ରାମରେ ପହଞ୍ଚି ଘରକୁ ଘର ବୁଲି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛନ୍ତି । ସେହିପରି ସେମାନେ ପିଇଥିବା ପାଣିର ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନମୁନା ପରୀକ୍ଷା ପରେ ଆକ୍ରାନ୍ତ ହେବାର କାରଣ ଜଣା ପଡ଼ିବ ବୋଲି ଏଡିଏମଓ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details