ମୃତକଙ୍କ ପରିବାରକୁ ଭେଟିଲେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ନବରଙ୍ଗପୁର: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଘଟଣା । ମୃତକଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଘରୁ ଡାକି ନେଇ ହତ୍ୟା କରିଥିଲେ । ଘର ଠାରୁ 200 ମିଟର ଦୂରରେ ମାଓବାଦୀ ହତ୍ୟା କରି ପାଖରେ ପୋଷ୍ଟର ଛାଡି ଯାଇଥିଲେ ମାଓବାଦୀ ।
ଘଟଣା ପାଇଁ ନବରଙ୍ଗପୁର ଏସପି ଓ ଛତିଶଗଡର ଗରିଆବନ୍ଧ ଏସପିଙ୍କୁ ଦାୟୀ କରିଥିଲେ ମାଓବାଦୀ । ଏହି ପରିପ୍ରେକ୍ଷୀରେ ଉକ୍ତ ଗାଁକୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ନବରଙ୍ଗପୁର ଏସପି, ଏସ ସୁଶ୍ରୀ ଓ ସିଆରପିଏଫ ଅଧିକାରୀ ଯାଇ ମୃତକଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୃତ ବ୍ୟକ୍ତିଙ୍କ ପୋଲିସ ସହ କୌଣସି ଯୋଗାଯୋଗ ନଥିଲା ବୋଲି ଡିଆଇଜି ରାଜେଶ ପଣ୍ଡିତ ସ୍ପଷ୍ଟ କରିଛନ୍ତି l
ଏହା ମଧ୍ୟ ପଢ଼ନ୍ତୁ:ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଅଭିଯୁକ୍ତ ବୀରେନ୍ଦ୍ରକୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଉଦ୍ୟମ କହିଲା ପରିବାର
ପୂର୍ବରୁ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ମାଓବାଦୀ ଚେତାବନୀ ଦେଇଥିବା ବେଳେ ଗତ ୨3 ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ରାତି ପ୍ରାୟ ୯ଟା ସମୟରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ମାଓବାଦୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ପାଖ ଅଙ୍ଗନବାଡି କେନ୍ଦ୍ର ନିକଟକୁ ଯାଇଥିଲେ । ସେଠାରେ ଗ୍ରାମବାସୀଙ୍କୁ ମଧ୍ୟ ଡକାଇ ଏକ ବୈଠକ କରିଥିଲେ । ପରେ ସମସ୍ତଙ୍କୁ ଚାଲିଯିବାକୁ କହି ଚନ୍ଦନ ମଲ୍ଲିକଙ୍କୁ ହାତରେ ଦଉଡ଼ି ବାନ୍ଧି ନିକଟସ୍ଥ ପଡ଼ିଆକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ ମାରିବା ସହ ଏକ ଦଉଡିରେ ବେକକୁ ବାନ୍ଧି ଶ୍ବାସରୁଦ୍ଧ କରି ମାରିଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ:ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଅନ୍ୟପଟେ କିଛି ଦିନ ତଳେ ରାଇଘର ହାତୀଗାଁ ଜଙ୍ଗଲରୁ ଦୁଇ ଜଣ ମାଓବାଦୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାବାହିନୀ l ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ ନୀରିହ ଲୋକଙ୍କୁ ହତ୍ୟା କରିଥିବାର ଡିଆଇଜି ସୂଚନା ଦେଇଛନ୍ତି l ଉକ୍ତ ଗାଁଟି ଛତିଶଗଡ ଓ ଓଡିଶା ସୀମା ଅଞ୍ଚଳ ହୋଇଥିବା ଯୋଗୁଁ ଉଭୟେ ମିଳିତ ଭାବେ ଅପରେସନ ଜୋରଦାର କରିବା ପାଇଁ କହିଛନ୍ତି l
ଇଟିଭି ଭାରତ, ନବରଙ୍ଗପୁର