ଓଡିଶା

odisha

ETV Bharat / state

ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ, ବିଦେଶରେ ଥାଇ ଗାଁର ସଂକ୍ରମିତଙ୍କୁ ଯୋଗାଇଲେ ସହାୟତା

ବିଦେଶରେ ଥାଇ କୋରୋନା ଆକ୍ରାନ୍ତ ଗ୍ରାମବାସୀଙ୍କୁ ସହାୟତା ଯୋଗାଇଲେ ଯୁବକ । ଏଭଳି ପ୍ରଶଂସନୀୟ କାର୍ଯ୍ୟ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁଠାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ, ବିଦେଶରେ ଥାଇ ସଂକ୍ରମିତଙ୍କୁ ଯୋଗାଇଲେ ସହାୟତା
ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ, ବିଦେଶରେ ଥାଇ ସଂକ୍ରମିତଙ୍କୁ ଯୋଗାଇଲେ ସହାୟତା

By

Published : Jun 4, 2021, 10:09 AM IST

ନବରଙ୍ଗପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଠାରେ ଗତ କିଛି ଦିନ ତଳେ ବହୁ ସଂଖ୍ୟାରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଆକ୍ରାନ୍ତଙ୍କୁ କୌଣସି ସୁବିଧା ନ ମିଳିବା ଖବରର ଭିଡିଓଟି ଭାଇରାଲ ହେବା ପରେ ବିଦେଶରେ ରହୁଥିବା ଯୁବକ ଯୋଗାଇଛନ୍ତି ଗ୍ରାମବାସୀଙ୍କ ଯୋଗାଇଛନ୍ତି ସହାୟତା । ସେ ଆକ୍ରାନ୍ତଙ୍କୁ ରନ୍ଧାଖାଦ୍ୟ ସମେତ ଆର୍ଥିକ ସହାୟତା ଯୋଗାଇଥିବା ଜଣାପଡିଛି ।

ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ, ବିଦେଶରେ ଥାଇ ସଂକ୍ରମିତଙ୍କୁ ଯୋଗାଇଲେ ସହାୟତା

ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଗ୍ରାମକୁ ସଟଡାଉନ ଘୋଷଣା କରିଥିଲେ । କୋରୋନା ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ସୁବିଧା ନ ମିଳିବା ସହିତ ଅପରିଷ୍କାର ଓ ଅସୁବିଧାରେ ରହୁଥିବା ସମ୍ପର୍କିତ ଖବର ଗଣମାଧ୍ୟମ ନଜରକୁ ଆସିଥିଲା । ଖବରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ଗ୍ରାମର ନାବ ଲିଆଖତ ଅଲ୍ଲୀ ଖାନଙ୍କ ସୁପୁତ୍ର ଅଲ୍ଲୀୱରଦି ଖାନ ଓରଫ ମୋଣ୍ଟି ଲୋକମାନଙ୍କୁ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଥିଲେ । ସେ ଦୁବାଇରେ ରହୁଥିବା ବେଳେ ନିଜ ପିତାଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ବୁଝିଥିଲେ ।

ପରେ ନିଜ ବନ୍ଧୁ ହିମାଂଶୁ ବିଷୋୟୀଙ୍କୁ ଯୋଗାଯୋଗ କରି ତାରାଗାଁରେ କୋରୋନା ଆକ୍ରାନ୍ତଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ସହଯୋଗର ହାତ ବଢାଇଛନ୍ତି ଏବଂ ଆଜକୁ ଦୁଇ ସପ୍ତାହ ଧରି ଦୁଇ ଥର ରୋଷେଇର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ତାରାଗାଁ ଗ୍ରାମର ପ୍ରାୟ 40ରୁ ଊର୍ଦ୍ଧ୍ବ କୋରୋନାରେ ଆକ୍ରାନ୍ତ ହୋଇ ପଞ୍ଚାୟତ କାର୍ଯ୍ୟଳୟରେ ଓ ନିଜ ନିଜର ଘରେ ଗୃହ ସଙ୍ଗରୋଧରେ ରହିଥିବା କୋଭିଡ ସଂକ୍ରମିତଙ୍କୁ ଅଲ୍ଲୀୱରଦି ଖାନଙ୍କ ଅରଫ ମୋଣ୍ଟିଙ୍କ ସହଯୋଗରେ ସମସ୍ତଙ୍କ ପାଇଁ ଦୁଇ ଥର ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l ଏହି କାର୍ଯ୍ୟକ୍ରମକୁ ହିମାଂଶୁ ବିଷୋୟୀ ଓ ସ୍ଥାନୀୟ କିଛି ଯୁବ ଗୋଷ୍ଠୀଙ୍କ ସହଯୋଗରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରଠାରେ ରୋଷେଇ କରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି l

ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଯୁବ ଗୋଷ୍ଠୀ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ସହିତ କୋରୋନା ନିୟମ ମାନି ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଅଲ୍ଲୀୱରଦି ଖାନ ଓରଫ ମୋଣ୍ଟି ଅନୁରୋଧ କରିଛନ୍ତି l ବିଦେଶରେ ଥାଇ ମଧ୍ୟ ଅଲ୍ଲୀୱରଦି ଖାନଙ୍କ ଏଭଳି ମନୋବୃତ୍ତିକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details