ନବରଙ୍ଗପୁର: ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଖୁଟିଗୁଡା ଗ୍ରାମର ଚେନସିଂ ଭତରା (୩୭) ଗ୍ରାମକୁ ଲାଗିଥିବା ବାବନ୍ଦୀ ନଦୀରେ ଗାଧୋଉଥିବା ସମୟରେ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଛି । ନଦୀରେ ଗାଧେଉଥିବା ସମୟରେ ଗୋଡ ଖସିଯାଇ ସେ ପାଣିରେ ବୁଡିଯାଇଥିବା ଜଣାପଡିଛି ।
ଯୁବକଙ୍କ ବୁଡିଯିବା ଖବର ପାଇ ମୃତ ଯୁବକଙ୍କ ଭାଇ ଦଶରୁ ଭତରା ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଦମକଳ ଗାଡି ଆସି ନଦୀରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କୋଷାଗୁମୁଡା ବ୍ୟବଚ୍ଛେଦ ପାଇ ପଠାଇଥିଲା ।