ନବରଙ୍ଗପୁର:ସନ୍ଦେହ ଜନକ ଅବସ୍ଥାରେ ରାସ୍ତାକଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା କଡ଼ ପଡିଆରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଭାଟିଶାଳ ଗୁଡାରେ ରହୁଥିବା ସାହେବ ଶେଖ ବୋଲି ଜଣାପଡିଛି l
ରାସ୍ତାକଡରୁ ସନ୍ଦେହଜନକ ଭାବେ ମିଳିଲା ସାହେବଙ୍କ ମୃତଦେହ, ବଢିଲା ସସପେନ୍ସ - ରାସ୍ତାକଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା କଡ଼ ପଡିଆରୁ ଆଜି ସନ୍ଦେହ ଜନକ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ
ସାହେବ କଲିକତାର ନିବାସୀ ହୋଇଥିବା ବେଳେ ସେ ଦୀର୍ଘ 20 ବର୍ଷ ହେଲା ନବରଙ୍ଗପୁର ଭାଟିଶାଳ ଗୁଡା ଠାରେ ପରିବାର ସହ ଆସୁଛନ୍ତି l ସେ ଜଣେ ମିସ୍ତ୍ରୀ ଭାବେ କାମ କରନ୍ତି । ତେବେ ଗତକାଲି ସକାଳ 9 ଟା ସମୟରେ ସାହେବ ଘରୁ ବାହାରି ପ୍ରତିଦିନ ଭଳି କାମକୁ ବାହାରିଥିଲେ l କିନ୍ତୁ ସନ୍ଧ୍ୟା ସମୟରେ ନଫେରିବାରୁ ପରିବାର ଲୋକ ବାରମ୍ବାର ଫୋନ କରିବା ସତ୍ତ୍ବେ ମଧ୍ୟ ଫୋନ ଉଠାଇ ନଥିଲେ । ତେବେ ଆଜି ସକାଳେ ରାସ୍ତା କଡରେ ଜଣେ ବ୍ୟକ୍ତି ସାହେବ ପଡ଼ିଥିବା ଦେଖି ପରିବାରକୁ ଜଣାଇଥିଲେ l ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସାହେବଙ୍କୁ ଚିହ୍ନଟ କରିବା ସହ କେହି ହତ୍ୟା କରି ପକାଇ ଦେଇଥିବା ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ନବରଙ୍ଗପୁର ଟାଉନ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ