ଓଡିଶା

odisha

ETV Bharat / state

ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ

ନବରଙ୍ଗପୁର ମା' ତାରିଣୀ ପୀଠରେ ମକର ସଂକ୍ରାନ୍ତି ଅତି ଧୂମଧାମରେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

makara sankranti
ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ

By

Published : Jan 16, 2020, 3:35 AM IST

ନବରଙ୍ଗପୁର: ଜିଲ୍ଲାର ଟାପାକାରିଆଗୁଡା ମା' ତାରିଣୀ ପୀଠରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ମା' ତାରିଣୀ ପୀଠର ମୁଖ୍ୟ ପୂଜକ ରାମଚନ୍ଦ୍ର ରଥଙ୍କ ଦ୍ବାରା ଶୁଭବେଳାରେ ସକାଳୁ ସୂର୍ଯ୍ୟପୂଜା କରାଯାଇଥିଲା । ହଜାରେ ୮ ବେଲପତ୍ର ସହ ହୋମ ଯଜ୍ଞ, ହଜାର ପୁର୍ଣ୍ଣାହୁତି, ପ୍ରାତଃକାଳ ପୂଜା, ଦ୍ବାରପାଳ ପୁଜା ଆଦି ମନ୍ଦାକିନୀ ଦେବୀ ନାମରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା ।

ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ପୀଠରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥିଲେ । ଏହି ଅବସରରେ ଭକ୍ତଙ୍କ ପାଇଁ ମା' ତାରିଣୀ ପୂଜା କମିଟି ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ପୀଠରେ ବର୍ଷସାରା ପ୍ରତ୍ୟେକ ମାସର ସଂକ୍ରାନ୍ତି ଦିନ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା ସହିତ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥାଏ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details