ଓଡିଶା

odisha

ETV Bharat / state

ଡାବୁରେ ଆଦିବାସୀ ସାମ୍ପ୍ରଦାୟିକ ପର୍ବ ମାଘ ମଣ୍ଡେଇ ପାଳିତ - ଆଦିବାସୀ ସାମ୍ପ୍ରଦାୟିକ ପର୍ବ ମାଘ ମଣ୍ଡେଇ ପାଳିତ

ନବରଙ୍ଗପୁର ଜିଲ୍ଲାର ଡାବୁଗ୍ରାମଠାରେ ଆଦିବାସୀ ସାମ୍ପ୍ରଦାୟିକ ପର୍ବ ମାଘ ମଣ୍ଡେଇ ପାଳିତ ହୋଇଛି । ଅଧିକ ପଢନ୍ତୁ...

ଡାବୁଠାରେ ଆଦିବାସୀ ସାମ୍ପ୍ରଦାୟିକ ପର୍ବ ମାଘ ମଣ୍ଡେଇ ପାଳିତ
ଡାବୁଠାରେ ଆଦିବାସୀ ସାମ୍ପ୍ରଦାୟିକ ପର୍ବ ମାଘ ମଣ୍ଡେଇ ପାଳିତ

By

Published : Feb 26, 2021, 10:14 AM IST

ନବରଙ୍ଗପୁର:ଜିଲ୍ଲାର ଡାବୁଗ୍ରାମଠାରେ ମାଘମାସ ଗୁରୁବାର ଦିନ ମାଘ ମଣ୍ଡେଇ ପର୍ବ ପାଳିତ ହୋଇଯାଇଛି । ତେବେ ଏହି ଆଦିବାସୀ ସାମ୍ପ୍ରଦାୟିକ ପର୍ବଟି ଟିକୁ ଡାବୁଗାଁ ମାଘ ମଣ୍ଡେଇ ପରିଚାଳନା କମିଟି ଦ୍ବାରା ପାଳନ କରାଯାଇଥିଲା ।

ଏହି ପର୍ବରେ ମାଦୁଲାରଦେଇ ମନ୍ଦିରରୁ ପୂଜାର୍ଚ୍ଚନା ସାରି ଗ୍ରାମ ପରିକ୍ରମା କରିବା ପରେ ଭୈରବ ମନ୍ଦିରରେ ପହଞ୍ଚିଥିଲେ । ଏହି ପର୍ବର ପରମ୍ପରା ଅନୁଯାୟୀ ଡାବୁଗ୍ରାମରେ ସିରା, ପୂଜାରୀ, ସହ,ଲାଠି ପାଲିଙ୍କି, ଘଣ୍ଟ, ବାଦ୍ୟ ତୁରୀ ମହୁରୀ, ଦୀପଝୁଣାରେ ଅଞ୍ଚଳରେ ପର୍ବ ପାଳିତ ହେଉଥିଲା । ଏହି ପର୍ବରେ ବିଳମ୍ବିତ ରାତ୍ରି ସମୟରେ ଆଦିବାସୀ ନାଟକ ପଣସ ଗ୍ରାମର (ଆଖିର ଲୁହରେ ଭିଜିଲା ସଂସାର ) ନାଟକ କରିବାର ବ୍ୟବସ୍ଥା ରହିଛି ।

ଏହି ପର୍ବରେ ରାଉଁଳିଗୁଡା, ପକାନାଗୁଡ଼ା, ଠକଗୁଡା, ଟଇଲାଗୁଡ଼ା, କର୍ପଅଣ୍ଡା, ଛେପଟିଆମ୍ବ, ନାଗୋଜାଡ଼ି, ଜୁନାପାଣି, ଉମରହନ୍ଦି, ଧନଗୁଡା ଆଦି ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ଆଦିବାସୀ ସାମ୍ପ୍ରଦାୟିକ ପର୍ବଟି ଟିକୁ ଡାବୁଗାଁ ମାଘ ମଣ୍ଡେଇ ପରିଚାଳନା କମିଟି ଦ୍ବାରା ପାଳନ କରାଯାଇଥିବା ସହିତ ପରିଚାଳନା କରାଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details