ଓଡିଶା

odisha

ETV Bharat / state

ମା ଗର୍ବରାଇଙ୍କ ଆଜ୍ଞାମାଳ ପରିକ୍ରମା - ମା ଗର୍ବରାଇଙ୍କ ଆଜ୍ଞାମାଳ ପରିକ୍ରମା

ନବରଙ୍ଗପୁର ଜିଲ୍ଲା ତାରାଗାଁରେ ନୂଆକୋଟସ୍ଥିତ ମା ଗର୍ବରାଇଙ୍କ ଆଜ୍ଞାମାଳ ବା ଫୁଲଡ଼ବଲା ପରିକ୍ରମା କରିଛି । ଗ୍ରାମର ମହିଳାମାନେ ରାସ୍ତା ଉପରେ ନିଜ ନିଜର ଘର ସମ୍ମୁଖରେ ଫୁଲ ଡ଼ବଲାକୁ ଦ୍ୱୀପ, ଧୂପ, ଫୁଲ, ନଡ଼ିଆ ଦେଇ ପୂଜାର୍ଚ୍ଚନା କରିବା ସହିତ ଘରେ ଘରେ ଆମ୍ବ ନୂଆ ଖାଇବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ମା ଗର୍ବରାଇଙ୍କ ଆଜ୍ଞାମାଳ ପରିକ୍ରମା
ମା ଗର୍ବରାଇଙ୍କ ଆଜ୍ଞାମାଳ ପରିକ୍ରମା

By

Published : Apr 25, 2021, 11:02 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତାରାଗାଁରେ ନୂଆକୋଟସ୍ଥିତ ମା ଗର୍ବରାଇଙ୍କ ଆଜ୍ଞାମାଳ ବା ଫୁଲଡ଼ବଲା ପରିକ୍ରମା କରିଛି । ଗ୍ରାମର ମହିଳାମାନେ ରାସ୍ତା ଉପରେ ନିଜ ନିଜର ଘର ସମ୍ମୁଖରେ ଫୁଲ ଡ଼ବଲାକୁ ଦ୍ୱୀପ, ଧୂପ, ଫୁଲ, ନଡ଼ିଆ ଦେଇ ପୂଜାର୍ଚନା କରିବା ସହିତ ଘରେ ଘରେ ଆମ୍ବ ନୂଆ ଖାଇବା ଦେଖିବାକୁ ମିଳିଥିଲା ।

ମା ଗର୍ବରାଇଙ୍କ ଆଜ୍ଞାମାଳ ପରିକ୍ରମା

ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟସ୍ଥିତ ମା ଗର୍ବରାଇଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ । ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଅଞ୍ଚଳରେ ଆମ୍ବ ନୂଆ ଖାଇବା ଆରମ୍ଭ ହେବା ସହିତ ଗାଁ ଗାଁରେ ଗ୍ରାମ ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ମା ଗର୍ବରାଇଙ୍କ ଆଜ୍ଞା ମାଳ ବା ଫୁଲ ଡ଼ବଲା ନୂଆକୋଟରୁ ବିଭିନ୍ନ ଗ୍ରାମ ପରିକ୍ରମା କରି ନବରଙ୍ଗପୁରସ୍ଥିତ ବୁଢା ଚାଉଁରିଆ ମନ୍ଦିରରେ ଯାଇଥାଏ । ତେବେ ମା ଗର୍ବରାଇ ନିଜ ଭାଇ ବୁଢା ଚାଉଁରିଆଙ୍କୁ ଏହି ଆଜ୍ଞା ମାଳ ପ୍ରେରଣ କରୁଥିବା ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ଫୁଲ ଡ଼ବଲା ବା ମା ଗର୍ବରାଇଙ୍କ ଆଜ୍ଞାମାଳ ପାପଡାହାଣ୍ଡି, ଡକାରଗୁଡା ଧାର୍ଣ୍ଣାବେଡା ଓ ତାରାଗାଁ ପରିକ୍ରମା କରି ନବରଙ୍ଗପୁରସ୍ଥିତ ବୁଢା ଚାଉଁରିଆ ମନ୍ଦିରକୁ ଫେରିଛନ୍ତି ।

ଏହି ଫୁଲ ଡ଼ବଲାଙ୍କ ପାଖରେ ପୂଜାର୍ଚନା କରିବା ସହିତ ମନସ୍କାମନା କଲେ ପୂରଣ ହୁଏ ବୋଲି ବିଶ୍ୱାସ ମଧ୍ୟ୍ୟ ରହିଛି । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ପାରମ୍ପରିକ ବାଦ୍ୟକୁ ବାଦ ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details