ଓଡିଶା

odisha

ETV Bharat / state

ଲକଡାଉନ ଛଡାଇନେଲା ଜୀବିକା, ପ୍ରଭାବିତ ଅଟୋ ଚାଳକ - Locked down livelihoods

ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର ଜୟ ଭାରତ ୟୁନିୟନର ଅଟୋ ଚାଳକ ଓ ମାଲିକମାନଙ୍କ ଦୁଃଖ ଏବେ ଦୁଇଗୁଣିତ । କୋରୋନା ଲକଡାଉନ ଉଜାଡ଼ି ଦେଇଛି ଜୀବନ ଜୀବିକା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ଛଡାଇନେଲା ଜୀବିକା
ଲକଡାଉନ ଛଡାଇନେଲା ଜୀବିକା

By

Published : Apr 24, 2020, 7:18 PM IST

ନବରଙ୍ଗପୁର: କୋରୋନା ଲକଡାଉନ ଉଜାଡ଼ି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଏଥିରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଅଟୋ ଚାଳକ ଓ ମାଲିକମାନେ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର ଜୟ ଭାରତ ୟୁନିୟନର ଅଟୋ ଚାଳକ ଓ ମାଲିକମାନଙ୍କ ଦୁଃଖ ଏବେ କହିଲେ ନସରେ । ଘରୁ ବାହାରକୁ ଗାଡି ନେଇ ଗଲେ ସେମାନଙ୍କର ଘରେ ଚୁଲି ଜଳୁଥିଲା । କିନ୍ତୁ ଲକଡାଉନ ହେବାପରେ ସବୁ କିଛି ଯେମିତି ଉଜୁଡି ଯାଇଛି ।

ଲକଡାଉନ ଛଡାଇନେଲା ଜୀବିକା

ଲକଡାଉନ ଖୋଲିବା ପରେ ମଧ୍ୟ ଯେଉଁଭଳି ଭାବେ ଏମାନଙ୍କୁ ଭଡା ମିଳୁଥିଲା, ତାହା ଆଗକୁ ମିଳିବ କି ନାହିଁ ଏମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଏପରିକି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ମଧ୍ୟ ମିଳୁନାହିଁ । ତେଣୁ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଦାବି କରିଛନ୍ତି । ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଅଟୋ ରହିଥିବା ବେଳେ ଗୋଟିଏ ବି ଅଟୋ ଗଡୁନି । ଦୀର୍ଘ ୩୦ ଦିନ ହେବ କୋରୋନା ନିମନ୍ତେ ଏଭଳି ଅବସ୍ଥା ହୋଇଥିବା ବେଳେ ଆଗକୁ ଆଉ କେତେଦିନ ବନ୍ଦ ରହିବ ତାହା ବି କହିବା ମୁସ୍କିଲ ।

ଡାବୁଗାଁ ବ୍ଲକରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ଅଟୋ ରହିଥିବା ବେଳେ ଅନେକ ଚାଳକ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୋଗୁଁ ସେମାନଙ୍କ ରାସନ କାର୍ଡ ନାହିଁ କି କୌଣସି ସରକାରୀ ସହାୟତା ବି ମିଳିନି । ତେଣୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ମାତ୍ର ଅଟୋ ଚଳକଙ୍କ ପରିବାର ବିଷୟରେ କେବେ ଚିନ୍ତା କରିବେ ? ବର୍ତ୍ତମାନ ସେମାନଙ୍କ ଅବସ୍ଥା ସାଙ୍ଘାତିକ । ତେଣୁ ଅନେକ କ୍ଷତି ହେବା ପରେ ସରକାର ଅତିକମରେ ୫୦୦୦ ଟଙ୍କା ଦେବାକୁ ଡାବୁଗାଁ ଜୟ ଭାରତ ଅଟ ସଂଘ ଦାବି କରିଛି ।

ସରକାର, ପରିବହନ ବିଭାଗ ଏବଂ ପୋଲିସ କମିଶନର ଏଦିଗରେ ପଦକ୍ଷେପ ନେବାକୁ ଜୟ ଭାରତ ଅଟୋ ୟୁନିୟନର ସଭାପତି ମିହିର ଶଙ୍କର ପାତ୍ର, ଉପସଭାପତି ଉତ୍ତମ ପ୍ରଧାନ, ସମ୍ପାଦକ ଗଗନ ଗନ୍ତାୟତ, ଟୁକୁ କର, ପ୍ରଶାନ୍ତ ପଣ୍ଡା, କିସର ପରିଡା, ଭୁବନ, ନନ୍ଦ, ଟଙ୍କ, ପୁପୁନ ପଣ୍ଡା ଓ ଅନ୍ୟ ସଦସ୍ୟମାନେ ଡାବୁଗାଁ ତହସିଲଦାର ସୁବାସ ଚନ୍ଦ୍ର ସିଂ ଙ୍କ ଜରିଆରେ ଏକ ଲିଖିତ ପତ୍ର ଦେଇ ନିବେଦନ କରିଛନ୍ତି ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details