ଓଡିଶା

odisha

ETV Bharat / state

ଖଟିଖିଆଙ୍କ ଉପରେ ଜବରଦଖଲ ଉଚ୍ଛେଦ ଚଡକ

ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ଜମିରେ ଗଢିଉଠିଥିବା ଜବର ଦଖଲ ଉଚ୍ଛେଦ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ।

By

Published : Aug 29, 2019, 12:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସାମ୍ନାରୁ ଜବରଦଖଲ ଉଚ୍ଛେଦ । ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସରକାରୀ ଜାଗାରେ ଗଢି ଉଠିଥିବା ଦୋକାନ ଗୃହକୁ ଉଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦୀର୍ଘଦିନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ଜାଗାରେ ଜବରଦଖଲ ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ସେପଟେ ସରକାରୀ ଜାଗାରେ ବହୁ ଗରିବ ଶ୍ରେଣୀର ଲୋକ ଦୋକାନ ବଜାର କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ୍ ଉଚ୍ଛେଦ କରାଯିବାରୁ ସେମାନେ ଏବେ କିଭଳି ପରିବାର ପ୍ରତିପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଶିଘ୍ର ଥଇଥାନ ପାଇଁ ଦାବି କରିଛନ୍ତି ସେମାନେ । ଅନ୍ୟପଟେ ସେମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଛି ବୋଲି କହିଛନ୍ତି ମାଜିଷ୍ଟେଟ ହେମଲତା ମାଝୀ ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details