ନବରଙ୍ଗପୁର: ମଦ ଦୋକାନ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାହକ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ଏକ ବିଦେଶୀ ମଦ ଦୋକାନରେ। ସେପଟେ,ଘଟଣାକୁ ନେଇ ପାପଡାହାଣ୍ଡି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଦୋକାନରେ ଦର ତାଲିକା ମାରିବାକୁ ଲୋକେ ଦାବି କରିଛନ୍ତି । ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଡ.କମଳ ଲୋଚନ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି।
ମଦ ଦୋକାନ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାହକ ଲହୁଲୁହାଣ,୨ ଗିରଫ - ମଦ ଦୋକାନ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାହକ ଗୁରୁତର
ମଦ ଦୋକାନ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାହକ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ
ଅଭିଯୋଗ ଅନୁସାରେ, ଶୁକ୍ରବାର ରାତିରେ ପାପଡାହାଣ୍ଡି ଗାଁର ଅଲେଖ ସ୍ବାଇଁ ବିଦେଶୀ ମଦ ଦୋକାନରୁ ମଦ କିଣିବାକୁ ଯାଇଥିଲେ । ଏମ୍ଆରପିରୁ ଦୋକାନୀ ଅଧିକ ଟଙ୍କା ଦାବି କରିବାରୁ କର୍ମଚାରୀ ଓ ଅଲେଖଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନର ୫ଜଣ କର୍ମଚାରୀ ଅଲେଖଙ୍କୁ ଦୋକାନ ଭିତରକୁ ଟାଣିନେଇ ନିସ୍ତୁକ ମାଡ଼ ମାରିଥିଲେ । କର୍ମଚାରୀଙ୍କ ଆକ୍ରମଣରେ ଅଲେଖ ଗୁରୁତର ହୋଇଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣାକୁ ବିରୋଧ କରି ପାପଡାହାଣ୍ଡି ଗାଁ ଲୋକେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଥିଲେ । ମଦ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥିସହ ଦୋକାନରେ ଦର ତାଲିକା ଲଗାଇବାକୁ ଦାବି କରିଛନ୍ତି । ନିୟମିତ ଦୋକାନରେ ଚଢ଼ଉ ହେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଅଲେଖଙ୍କ ଏତଲାକୁ ଭିର୍ତ୍ତି କରି ପୋଲିସ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।