ନବରଙ୍ଗପୁର: ବଜ୍ରାଘାତରେ ଦୁଇ ମୃତ ତିନି ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ତିଲେଶ ଗଣ୍ଡ (୧୪), ରାଜାରାମ ଗଣ୍ଡ (ଛତିଶଗଡ)ର ବୋଲି ସୂଚନା ମିଳିଛି ।
Lightning Death: ଦାଣ୍ଡରେ ବସିଥିଲେ କୁଣିଆ, ଆକାଶରୁ ଖସିଲା ମୃତ୍ୟୁ ! - ନବରଙ୍ଗପୁରରେ ବଜ୍ରାଘାତ ନେଲା ଜୀବନ
ବଜ୍ରାଘାତରେ ଦୁଇ ମୃତ ତିନି ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ
Lightning Death:ବଜ୍ରାଘାତରେ ଦୁଇ ମୃତ ତିନି ଗୁରୁତର
ସୂଚନା ଅନୁସାରେ,ନବରଙ୍ଗପୁର ଜଟିଆରପାରାରେ ମଣ୍ଡେଇ ଚାଲିଥିବା ଯୋଗୁଁ ମୋତିଲାଲ ଗଣ୍ଡଙ୍କ ଘରକୁ କିଛି ଅତିଥି ଆସିଥିଲେ । ସନ୍ଧ୍ୟା ସମୟରେ ଘର ନିକଟରେ ରାଜାରାମ ଗଣ୍ଡ, ତିଲେସ ଗଣ୍ଡ, ଲୋକେଶ ଗଣ୍ଡ, ମୁଲେଶ୍ବରୀ ଗଣ୍ଡ ଓ ମୋତିଲାଲ ବସିଥିଲେ । ହେଲେ ଏହି ସମୟରେ ହଠାତ ବଜ୍ରାପାତ ହୋଇଥିଲା । ଘଟଣାସ୍ଥଳରେ ରାଜାରାମ ଓ ତିଲେସଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ