ନବରଙ୍ଗପୁର: ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତ ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାଗସର୍ଗି ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ବାଗସର୍ଗୀ ଗାଁର କପିଳାଶ ସୌରାଙ୍କ ପୁଅ ଖଗପତି ସୌରା ଗାଈ ଚରାଇବାକୁ ଗାଁ ନିକଟସ୍ଥ ପଡିଆକୁ ଯାଇଥିଲେ । ଏହି ସମୟରେ ହଠାତ ବର୍ଷା ହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ ।
ଆକାଶରୁ ଖସିଲା ମୃତ୍ୟୁ ! ଚାଲିଗଲା ନାବାଳକର ଜୀବନ - ଆକାଶରୁ ଖସିଲ ମୃତ୍ୟୁ
ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତ ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାଗସର୍ଗି ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ
![ଆକାଶରୁ ଖସିଲା ମୃତ୍ୟୁ ! ଚାଲିଗଲା ନାବାଳକର ଜୀବନ ଆକାଶରୁ ଖସିଲ ମୃତ୍ୟୁ : ବଜ୍ରାଘାତରେ ଗଲା ନାବାଳକଙ୍କ ଜୀବନ](https://etvbharatimages.akamaized.net/etvbharat/prod-images/768-512-14949967-thumbnail-3x2-p.jpg)
ଆକାଶରୁ ଖସିଲ ମୃତ୍ୟୁ : ବଜ୍ରାଘାତରେ ଗଲା ନାବାଳକଙ୍କ ଜୀବନ
ଆକାଶରୁ ଖସିଲ ମୃତ୍ୟୁ : ବଜ୍ରାଘାତରେ ଗଲା ନାବାଳକଙ୍କ ଜୀବନ
ତେବେ ଏହି ସ୍ଥାନରେ ବଜ୍ରପାତ ହେବାରୁ ଖଗପତି ଘଟଣାସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ବଜ୍ରପାତ ପ୍ରଭାବରେ ତାଙ୍କ ଶରୀର ପୋଡି ଯାଇଥିଲା । ଖବର ପାଇଁ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଖଗପତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ସେଠାରେ ଖଗପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ