ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ - ଭୋଟର ତାଲିକା ଭୁଲ

ନବରଙ୍ଗପୁରରେ ଆରମ୍ଭ ହୋଇଛି ଭୋଟର ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ । 45 ଦିନ ଧରି ଜିଲ୍ଲାବ୍ୟାପୀ କରାଯିବ ସଂଶୋଧନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 1, 2019, 10:39 AM IST

ନବରଙ୍ଗପୁର: ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ । 45 ଦିନ ଧରି ଚାଲିବ ଏହି ସଂଶୋଧନ ପ୍ରକ୍ରିୟା । ଜିଲ୍ଲାବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମେ ଆରସିଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ଯେଉଁମାନଙ୍କ ଭୋଟର ତାଲିକା ଭୁଲ ରହିଛି ସେମାନେ ସଂଶୋଧନ ପାଖରୁ ଆସି ସଂଶୋଧନ କରିପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେହିଭଳି ସହରର ପୌରପାଳିକା ୱାର୍ଡଗୁଡିକରେ ଭୋଟର ସଂଶୋଧନ ଚାଲିଛି । ଏନେଇ ପୌର ଅଫିସ ତରଫରୁ ସହରରେ ମାଇକ ଯୋଗେ ନବରଙ୍ଗପୁରବାସୀଙ୍କୁ ସଚେତନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଡ. ଅଜିତ କୁମାର ମିଶ୍ର, ଉପଜିଲ୍ଲାପାଳ, ପିଡି, ପୌର ପ୍ରଶାସନ ଅଧିକାରୀମାନେ । ଏଥ ସହ ସହରର କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସେପଟେ, ସଂଶୋଧନ ପ୍ରକ୍ରିୟା ଲାଗି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details