ଓଡିଶା

odisha

By

Published : Nov 28, 2019, 9:21 PM IST

ETV Bharat / state

3ଦଫା ଦାବି ନେଇ କୋଡିଙ୍ଗା ଅଞ୍ଚଳ ବିକାଶ ପରିଷଦର ପ୍ରତୀକ ଧର୍ମଘଟ

ତିନି ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦର ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ । କୋଡ଼ିଙ୍ଗା ଠାରେ ସବଟ୍ରେଜେରୀ ସ୍ଥାପନ, ଯୁକ୍ତ ତିନି କଲେଜ ସ୍ଥାପନ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି ହୋଇଛି ।

3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ
3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ

ନବରଙ୍ଗପୁର: ତିନି ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦର ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ । କୋଡ଼ିଙ୍ଗା ଠାରେ ସବଟ୍ରେଜେରୀ ସ୍ଥାପନ, ଯୁକ୍ତ ତିନି କଲେଜ ସ୍ଥାପନ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି ନେଇ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କୋଡ଼ିଙ୍ଗା ଦୁର୍ଗା ମଣ୍ଡପ ନିକଟରେ ଧାରଣା ଦିଆଯାଇଛି ।

3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ

ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କୋଡ଼ିଙ୍ଗା ମହାବିଦ୍ୟାଳୟ ହିଁ ଉଚ୍ଚଶିକ୍ଷା ପାଇଁ ଏକ ମାତ୍ର ମାଧ୍ୟମ ଥିବାବେଳେ କୋଡ଼ିଙ୍ଗା କଲେଜରେ କେବଳ କନିଷ୍ଠ ମହାବିଦ୍ୟାଳୟ ହୋଇ ରହିଯାଇଛି । ଏଠାରେ ଯୁକ୍ତ ତିନି କଲେଜ ନଥିବାରୁ ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର ଯାଇ ଶିକ୍ଷା ଗ୍ରହଣ କରିବା ସମ୍ଭବପର ହୋଇପାରୁନାହିଁ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସ୍ବପ୍ନ ପୁରଣ ହେଉନଥିବା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି । ଏଥିଲାଗି ଉଚ୍ଚ ଶିକ୍ଷାରେ ଉନ୍ନତି ଆଣିବା ପାଇଁ କୋଡ଼ିଙ୍ଗା କଲେଜରେ ଯୁକ୍ତ ତିନି କଲେଜ ଖୋଲିବା ପାଇଁ ଦାବି କରାଯାଇଛି ।

ଅପରପକ୍ଷରେ ଏହି ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ ରୋଗୀ ଜିଲ୍ଲା ସଦର ମହକୁମା ଉପରେ ନିର୍ଭରଶୀଳ ହେଉଛନ୍ତି । ଏଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ସୁଯୋଗ ଅଭାବ, ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ସମୟରେ ରୋଗୀଙ୍କୁ ମୃତ୍ୟୁ ମୁଖର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ କୋଡ଼ିଙ୍ଗାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ନିମନ୍ତେ ମଧ୍ୟ ଦାବି କରାଯାଇଛି । ଜିଲ୍ଲା ସଦର ମହକୁମାଠାରୁ କୋଡ଼ିଙ୍ଗାର ଦୂରତା ଅଧିକ ରହୁଥିବାରୁ ସ୍ଥାନୀୟ ଲୋକେ ସବରେଜିଷ୍ଟ୍ରି ଅଫିସ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୯୯ ମସିହାରୁ ସରକାର କୋଡ଼ିଙ୍ଗା ଏବଂ ମାଛକୁଣ୍ଡକୁ ସବ ରେଜିଷ୍ଟ୍ରି ଖୋଲିବା ପାଇଁ ଘୋଷଣା କରିଥିଲେ । ହେଲେ ମାଛକୁଣ୍ଡରେ ସବ ରେଜିଷ୍ଟ୍ରି ଅଫିସ ଖୋଲିଥିବା ବେଳେ କୋଡ଼ିଙ୍ଗାରେ ବର୍ତ୍ତମାନ ସୁଦ୍ଧା ଖୋଲିପରିନାହିଁ । ଏନେଇ ମଧ୍ୟ ଦାବି କରାଯାଇଛି ।

ବିକାଶ ପରିଷଦ ପକ୍ଷରୁ ପ୍ରଥମେ ହାତରେ ପ୍ଲାଗ କାର୍ଡ ଧରି ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ପରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଧାରଣାରେ ବସିଥିଲେ । ଯଦି ଆଗାମୀ ସପ୍ତାହ ମଧ୍ୟରେ ଦାବି ପୂରଣ ନହୁଏ ତେବେ ପ୍ରତିବାଦ ତୀବ୍ରତର କରାଯିବ ଏବଂ ଆମରଣ ଅନଶନ କରାଯିବା ନେଇ ବିକାଶ ପରିଷଦ ତରଫରୁ ଚେତାବନୀ ଦିଆଯାଇଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details