ଓଡିଶା

odisha

ETV Bharat / state

କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲା: ପୂର୍ବତନ ସାଂସଦ ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର - ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ

କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାକୁ ନେଇ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରତିକ୍ରିୟା । ଉକ୍ତ ମାମଲାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 30, 2019, 9:07 PM IST

ନବରଙ୍ଗପୁର: କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ। ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ଏହି ଦାବିପତ୍ର । ଘଟଣାର ମୁଖ୍ୟ ଦୋଷୀ ବିରୋଧରେ ରାଜ୍ୟସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦାବିପତ୍ର ଅନୁଯାୟୀ କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ମୃତକଙ୍କ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏହାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି । ଉକ୍ତ ମାମଲାରେ ସେ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ସେପଟେ ପରିବାରର ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବେ ନଚେତ ମାସିକ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ଦାବି କରିଛନ୍ତି । ଉକ୍ତ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ଦାୟର କରିବା ପାଇଁ ଦାବି କରାଯାଛି । ଜିଲ୍ଲା ବିଜେପିର ପ୍ରତିନିଧି ମଣ୍ଡଳୀଙ୍କ ସହ ସାମିଲ ହୋଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଜିଲ୍ଲାପାଳଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details