ଓଡିଶା

odisha

ETV Bharat / state

କେରଳ ଫେରନ୍ତା 8 ଦାଦନ ଶ୍ରମିକ, ପରୀକ୍ଷା ନକରି ଫେରାଇଲା ସ୍ବାସ୍ଥ୍ୟ ବିଭାଗ - Kerala return 8 Dadan workers

କରୋନା ଭୟରେ ଚିକିତ୍ସା ପାଇଁ ଗଲେ ମେଡିକାଲ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା ନକରି ଗାଁକୁ ପଠେଇଦେଲା। ଏଭଳି ଘଟଣା ଘଟିଛି କୋଷାଗୁମୁଡା ବ୍ଲକରେ। ଅଧିକ ପଢନ୍ତୁ..

କେରଳ ଫରେନ୍ତା 8 ଦାଦନ ଶ୍ରମିକ , ପରୀକ୍ଷା ନକରି ଫେରାଇଲା ସ୍ବାସ୍ଥ୍ୟ ବିଭାଗ
କେରଳ ଫରେନ୍ତା 8 ଦାଦନ ଶ୍ରମିକ , ପରୀକ୍ଷା ନକରି ଫେରାଇଲା ସ୍ବାସ୍ଥ୍ୟ ବିଭାଗ

By

Published : Mar 18, 2020, 11:21 PM IST

ନବରଙ୍ଗପୁର: କେରଳରୁ ଫେରିଲେ ୮ ଜଣ ଦାଦନ ଶ୍ରମିକ । କରୋନା ଭୟରେ ଚିକିତ୍ସା ପାଇଁ ଗଲେ ମେଡିକାଲ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା ନକରି ଗାଁକୁ ପଠେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋଷାଗୁମୁଡା ବ୍ଲକରେ।

ପ୍ରାୟ ଏକ ମାସ ତଳେ କୋଷାଗୁମୁଡା ବ୍ଲକ ପଣ୍ଡୁଗୁଡା ପଞ୍ଚାୟତ ଅନ୍ତର୍ଗତ ନେଗାଁନାଳ ଗ୍ରାମର ଧନୁର ନାୟକ, ଶିବରାମ ଭତରା, ଭଗବାନ ଭତରା, ଖଗପତି ନାୟକ, ରାମ ଭତରା, ସବାସିଂ ଭତରା, ଖେମରାଜ ଭତରା ଓ ସୁଦୁ ଭତରା ଏହି ୮ ଜଣ ଦାଦନ ଖଟିବାକୁ କେରଳ ଯାଇଥିଲେ । ଏମାନେ କରୋନା ଭୟରେ ମଙ୍ଗଳବାର କେରଳରୁ ନିଜ ଗାଁକୁ ଫେରି ଆସିଥିଲେ। ସେମାନେ ଫେରିଆସିଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

କେରଳ ଫରେନ୍ତା 8 ଦାଦନ ଶ୍ରମିକ , ପରୀକ୍ଷା ନକରି ଫେରାଇଲା ସ୍ବାସ୍ଥ୍ୟ ବିଭାଗ

ଏହା ଜାଣି ଗାଁର ବାବୁରାମ ମାଝୀ ନାମକ ଜଣେ ଯୁବକ ପଣ୍ଡୁଗୁଡା ପଞ୍ଚାୟତର ସରପଞ୍ଚ ଟଙ୍କଧର ଭାତରଙ୍କ ସହିତ ମିଶି କେରଳରୁ ଆସିଥିବା ୮ ଜଣ ଶ୍ରମିକଙ୍କୁ କୋଷାଗୁମୁଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା କରିବାକୁ ନେଇଥିଲେ କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ କୌଣସି ପରୀକ୍ଷା କିମ୍ବା ଚିକିତ୍ସା ନକରି କେବଳ କିଛି ଉପଦେଶ ଦେଇ ପଠାଇ ଦେଇଥିବା ଗାଁର ଯୁବକ ବାବୁରାମ ମାଝୀ କହିଛନ୍ତି।

ତାପରେ ସେମାନେ କୋଷାଗୁମୁଡା ବିଡିଓଙ୍କୁ ଭେଟିବାକୁ ବହୁ ସମୟ ବ୍ଲକ କାର୍ଯ୍ୟାଳୟ ନିକଟରେ ଅପେକ୍ଷା କରିଥିଲେ କିନ୍ତୁ ସେମାନେ ବିଡ଼ିଓଙ୍କୁ ମଧ୍ୟ ଭେଟି ପାରିନଥିଲେ । ଶେଷରେ ରାଜ୍ୟ ସରକାରଙ୍କ କୋରୋନା ହେଲ୍ପଲାଇନ ନମ୍ବରରେ ଫୋନ କରିବାରୁ ନିଶ୍ଚିତ ଏଥିନିମନ୍ତେ ସହଯୋଗ କରିବାକୁ କହିଥିବା ଉକ୍ତ ଯୁବକ ଜଣକ କହିଛନ୍ତି ।

ଏପଟେ ଦାଦନଙ୍କୁ ପରିବାର ଲୋକେ ଅଲଗା ରଖିଥିବା ଜଣାପଡ଼ିଛି । ଉକ୍ତ ଶ୍ରମିକମାନେ ଏବେ ଭୟଭୀତ ଅବସ୍ଥାରେ ଥିବା ଗ୍ରାମବାସୀ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ନେଗାଁନାଳ ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ, ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details