ଓଡିଶା

odisha

ETV Bharat / state

କନ୍ଧମାଳ ସ୍ଵଂୟ ଶାସିତ ପରିଷଦର ବୈଠକ, ବିଭିନ୍ନ ଦାବି ଉପରେ ଆଲୋଚନା - କନ୍ଧମାଳ ସ୍ଵଂୟ ଶାସିତ ପରିଷଦର ବୈଠକ

ଜୋର ଧରିଲା କେବିକେ କନ୍ଧମାଳ ସ୍ବୟଂ ଶାସିତ ଅଞ୍ଚଳ ପାଇଁ ଦାବି । ଏନେଇ ନବରଙ୍ଗପୁର ଟାଉନ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ..

kbk autonomus team member meeting
କନ୍ଧମାଳ ସ୍ଵଂୟ ଶାସିତ ପରିଷଦର ବୈଠକ, ବିଭିନ୍ନ ଦାବି ଉପରେ ଫୋକସ

By

Published : Feb 7, 2020, 10:11 PM IST

ନବରଙ୍ଗପୁର: କେବିକେ କନ୍ଧମାଳ ସ୍ବୟଂ ଶାସିତ ଅଞ୍ଚଳ ଦାବି ନେଇ ନବରଙ୍ଗପୁର ଟାଉନହଲ ଠାରେ ଦଶଟି ଜିଲ୍ଲାର ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅଞ୍ଚଳରେ ରହୁଥିବା ସମସ୍ତ ନାଗରିକଙ୍କୁ ସମ୍ବିଧାନିକ ସମାନତା ଅଧିକାର ଯୋଗାଇବା ଏବଂ ଆଞ୍ଚଳିକ ବୈଷମତାବାଦର ମୁଳୋତ୍ପାଟନ କରିବା ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ ।

କନ୍ଧମାଳ ସ୍ଵଂୟ ଶାସିତ ପରିଷଦର ବୈଠକ, ବିଭିନ୍ନ ଦାବି ଉପରେ ଫୋକସ

କେବିକେ କନ୍ଧମାଳ ସ୍ଵଂୟ ଶାସିତ ପରିଷଦ ଏକ ସମ୍ପୂର୍ଣ୍ଣ ଅଣରାଜନୈତିକ ସଙ୍ଗଠନ । ଏଥିରେ ୧୦ ଗୋଟି ରାଜସ୍ବ ଜିଲ୍ଲାରୁ 12 ଜଣ ସଙ୍ଗଠନ ଦାୟିତ୍ବ ରହିବେ । ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ନିଯୁକ୍ତି, ଅବହେଳା ବିରୋଧରେ ସ୍ବର ଉତ୍ତୋଳନ, ମହିଳା ସକ୍ତିକରଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ । ତେବେ ୧୦ଟି ପଛୁଆ ଜିଲ୍ଲାର ଉନ୍ନତି ନେଇ ସରକାର କେବିକେ ଉନ୍ନୟନ ପରିଷଦ ଗଠନ କରି ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଅନୁଦାନ କରୁଥିଲେ । କିନ୍ତୁ ସମସ୍ତ ଅନୁଦାନ ଧୀରେ ଧୀରେ ବନ୍ଦ କରିବାକୁ ଏହାକୁ ପ୍ରତିବାଦ କରିଛି ସଙ୍ଗଠନ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details