ନବରଙ୍ଗପୁର: ଜିଲ୍ଲାର ଝରିଗାଁ ବ୍ଲକ CDPO ସୁଷୁମା ପ୍ରସାଦ ଭିଜିଲାନ୍ସ ଜାଲରେ । ପିଲାଙ୍କ ଡ୍ରେସ୍ କିଣା ବିଲ୍ ୨ ଲକ୍ଷ ୧୧ ହଜାର ୨୫୦ ଟଙ୍କା ପାସ୍ କରିବାକୁ କୁଟ୍ରିଛାପର ସେକ୍ଟରରେ ୧୪ଟି ଅଙ୍ଗନୱାଡ଼ି ସେଣ୍ଟରର ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ୨୭୦୦୦ ଟଙ୍କା ମାଗିଥିଲେ ।
CDPO In Vigilance trap: ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ - ଭିଜିଲାନ୍ସ ହାତରେ ଝରିଗାଁ ବ୍ଲକ ସିଡିପିଓ
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ CDPO ସୁଷୁମା ପ୍ରସାଦ ଭିଜିଲାନ୍ସ ଜାଲରେ । ପିଲାଙ୍କ ଡ୍ରେସ୍ କିଣା ବିଲ୍ ୨ ଲକ୍ଷ ୧୧ ହଜାର ୨୫୦ ଟଙ୍କା ପାସ୍ କରିବାକୁ କୁଟ୍ରିଛାପର ସେକ୍ଟରରେ ୧୪ଟି ଅଙ୍ଗନୱାଡ଼ି ସେଣ୍ଟରର ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ୨୭୦୦୦ ଟଙ୍କା ମାଗିଥିଲେ । ଅଧିକ ପଢନ୍ତୁ
CDPO In Vigilance trap: ଲାଞ୍ଚ ନେଲାବେଳେ ଧରିଲେ ଭିଜିଲାନ୍ସ
ଆଜି ତହରାକାରୀୟାଗୁଡ଼ାର ଅଙ୍ଗନୱାଡ଼ି କର୍ମୀ ରଞ୍ଜିତା ନାୟକଙ୍କ ଠାରୁ ସନ୍ଧ୍ୟା ସମୟରେ ଝରିଗାଁରେ ଥିବା CDPOଙ୍କ ଭଡାଘରେ ୨୭୦୦୦ ଲାଞ୍ଚ ନେବାବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଟଙ୍କା ଜବତ କରି CDPOଙ୍କୁ ଗିରଫ କରିଛନ୍ତି ଭିଜିଲାନ୍ସ । ଏହି ଚଢ଼ାଉ ନବରଙ୍ଗପୁର ଭିଜିଲାନ୍ସ ବିଭାଗ DSP କଲାବତି ବାଗଙ୍କ ନେତୃତ୍ୱରେ ହେଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ