ଓଡିଶା

odisha

By

Published : Aug 23, 2019, 9:37 PM IST

ETV Bharat / state

ମହା ଆଡମ୍ବରରେ ନବରଙ୍ଗପୁର ପାଳୁଛି ପବିତ୍ର ଜନ୍ମାଷ୍ଟମୀ

ନବରରଙ୍ଗପୁର ସହରରେ ମହା ଆଡମ୍ବର ସହ ପାଳିତ ହେଲା ପବିତ୍ର ଜନ୍ମଷ୍ଟମୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ନବରଙ୍ଗପୁର: ଆଜି ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ୍ ପ୍ରବିତ୍ର ଜନ୍ମଷ୍ଟମୀ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ ରୁପେ ପାଳନ କରାଯାଏ । ନବରରଙ୍ଗପୁର ସହର ମଧ୍ୟରେ ଥିବା ଚୈତନ୍ୟ ମନ୍ଦିରରେ ବହୁ ଆଡମ୍ବର ସହ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ଏହି ପବିତ୍ର ଦିନରେ ଛାତ୍ରଛାତ୍ରୀମାନେ କୃଷ୍ଣ ଓ ରାଧା ବେଶ ଧାରଣ କରି ବେଶ୍ ଆନନ୍ଦ ଉଲ୍ଲାସରେ ନିଷ୍ଠାର ସହ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କରେ ଅଭିନୟ କରିଥିଲେ । ଫଳରେ ଚୈତନ୍ୟ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସେହିଭଳି ନବରରଙ୍ଗପୁର ସହରରେ ଥିବା ପ୍ରଜାପତି ବ୍ରହ୍ମକୁମାରି ଠାରେ ମଧ୍ୟ ନିଆରା ଢ଼ଙ୍ଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ନବରରଙ୍ଗପୁର ଏସପିଙ୍କ ସ୍ତ୍ରୀ ଯୋଗଦେବା ସହ ବହୁ ବୁଦ୍ଧିଜୀବୀ ମାନେ ଏଠାରେ ଉପସ୍ଥିତ ଥିଲେ । ଏଥିସହ ଏଠାରେ ସାଂସ୍କୃତିକ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details