ଓଡିଶା

odisha

ETV Bharat / state

ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର - collector

ଜନଜାତି ସୁରକ୍ଷାମଞ୍ଚ ଓ ଜଗନ୍ନାଥ ସଉରା ସମାଜ ତଥା ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଡାବୁଗାଁ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ । ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ଓ ସେମାନଙ୍କୁ ଏହି ପ୍ରମାଣ ପତ୍ର ଯୋଗାଇବାରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jun 24, 2019, 12:43 PM IST

Updated : Jun 24, 2019, 3:11 PM IST

ନବରଙ୍ଗପୁର: ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ଏଥି ସମେତ ଜିଲ୍ଲାର ଜଗନ୍ନାଥ ସଉରା ସମାଜ ତଥା ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଡାବୁଗାଁ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ଓ ସେମାନଙ୍କୁ ଏହି ପ୍ରମାଣ ପତ୍ର ଯୋଗାଇବାରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦାବିପତ୍ରରେ ଡାବୁଗାଁ ବ୍ଲକର କେତେଜଣ ଶିକ୍ଷକ ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଉଲ୍ଲେଖ ଅଛି । ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ସେମାନେ ଭତରା କିମ୍ବା ସଉରା ସମ୍ପ୍ରଦାୟର ହୋଇନଥିବାବେଳେ କିପରି ଜାତିଗତ ପ୍ରମାଣ ପତ୍ର ପାଇଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହାର ଏକ ନକଲ ନବରଙ୍ଗପୁର ଜିଲ୍ଲାପାଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ବ୍ରହ୍ମପୁରକୁ ପ୍ରେରଣ କରାଯାଇଛି ବୋଲି ଜନଜାତି ସୁରକ୍ଷାମଞ୍ଚ କର୍ମକର୍ତ୍ତା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହାର ଉପଯୁକ୍ତ ତଦନ୍ତ କରି ରାଜସ୍ବ ବିଭାଗ ପକ୍ଷରୁ ଜାଲ ଜାତିଗତ ପ୍ରମାଣ ପତ୍ର ପାଇଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jun 24, 2019, 3:11 PM IST

ABOUT THE AUTHOR

...view details