ନବରଙ୍ଗପୁର: ଦୂର ହେବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ। ଟାଙ୍ଗରା ଭୂଇଁ ହେବ ଶସ୍ୟଶ୍ୟାମଳା। ଫଳିବ ଫସଲ, ହସିବ ଚାଷୀ। କାରଣ ଦୀର୍ଘ ଦିନ ଧରି ସମସ୍ୟା ଘେରରେ ସନ୍ତୁଳିତ ହେଉଥିବା ଏଠାକାର ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର।
ଖବର ଅନୁଯାୟୀ, ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା ଦୂର ପାଇଁ ଅନେକ ଗୁଡିକ ଯୋଜନାର ପରିକଳ୍ପନା କରାଯାଇଛି। ସେଥିମଧ୍ୟରୁ ଜମିଜମା ସମସ୍ୟା, ଶୁଖିଲା ଅଞ୍ଚଳରେ ଜଳ ସେଚନ ପାଇଁ ଗଭୀର ନଳକୂପ ଖନନ,ବିଶୁଦ୍ଧ ପାନୀୟ ଜଳ ପାଇଁ ପାଇପ ଲାଇନ ବ୍ୟବସ୍ଥା। ଏହାସହ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାକୁ ଗୋଷ୍ଠୀ କେନ୍ଦ୍ର ମାନ୍ୟତା, ଖାତିଗୁଡା ହାଇସ୍କୁଲ ଓ ଉଚ୍ଚ ମାଧ୍ୟମ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଇତ୍ୟାଦି। ଏଥିପାଇଁ ଓଏଚପିସି ସମସ୍ତ ଅନୁଦାନ ରାଶି ଯୋଗାଇ ଦେବ।