ଓଡିଶା

odisha

ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କଲେ ଚାଷୀ - irrireguraties in dhana mandi

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଥିବା ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ଧାନମଣ୍ଡିରେ ଅବ୍ୟବସ୍ଥା
ଧାନମଣ୍ଡିରେ ଅବ୍ୟବସ୍ଥା

By

Published : Jan 17, 2021, 8:48 AM IST

ନବରଙ୍ଗପୁର: ଧାନମଣ୍ଡିରେ ଅବ୍ୟବସ୍ଥା । ଧାନ ବିକ୍ରି କରି ନ ପାରି ଚାଷୀ ହନ୍ତସନ୍ତ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଚାରିଗୋଟି ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରି ଉମରକୋଟ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ ।

ଧାନମଣ୍ଡିରେ ଅବ୍ୟବସ୍ଥା

ସୂଚନାଅନୁସାରେ, ଆଜିକୁ ପ୍ରାୟ ଏକ ମାସ ହେବ ଚାଷୀର ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି । ମଣ୍ଡିରେ ପଡରହିଥିବା ଧାନକୁ ଖରା ବର୍ଷା ଶୀତରେ ଜଗି ରହିଛି ଚାଷୀ । ମିଲରମାନଙ୍କ ମନମାନି ପାଇଁ ମଣ୍ଡିରୁ ଉଠି ପାରୁନି ଧାନ । ଧାନର ମାନ ପରୀକ୍ଷା କରିି ମଣ୍ଡିରେ ଦେବା କରେ ମିଲରମାନଙ୍କ ଇଚ୍ଛାରେ ମଣ୍ଡିରୁ ଧାନ ଉଠାଯାଉଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳିନାହିଁ ।

ଏନେଇ ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରି ଉମରକୋଟ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ସମସ୍ୟାର ସମାଧାନ ନ ହେବା ଯାଏଁ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ । ରାସ୍ତା ଅବରୋଧରେ ଦିଲିପ୍ ଦାସ୍, ମୋତିଲାଲ୍ ହଂସ,ଡମ୍ବରୁ ହରିନା, ହୁମେଶ୍ୱର ହଂସ,ରସିକ ନାଗ,ପିତାମ୍ବର ନାୟକ ସମେତ ଶତାଧିକ ଚାଷୀ ସାମିଲ ଥିଲେ । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details