ଓଡିଶା

odisha

By

Published : Jul 6, 2022, 7:50 PM IST

Updated : Jul 6, 2022, 10:52 PM IST

ETV Bharat / state

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ନକଲି ଦସ୍ତଖତରେ ୮ଶହ କ୍ଵିଣ୍ଟାଲ ଚାଉଳ ହଡପ

ପିଡିଏସ ଚାଉଳରେ ଠକେଇ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ପଞ୍ଚାୟତରେ ପିଇଓଙ୍କ ଜାଲ ଦସ୍ତଖତରେ ୮୦୦ କ୍ଵିଣ୍ଟାଲ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜାଲ୍ ଦସ୍ତଖତରେ ୮ଶହ କ୍ଵିଣ୍ଟାଲ ଚାଉଳ ହଡପ
ଜାଲ୍ ଦସ୍ତଖତରେ ୮ଶହ କ୍ଵିଣ୍ଟାଲ ଚାଉଳ ହଡପ

ନବରଙ୍ଗପୁର:ପିଡିଏସ ଚାଉଳରେ ଠକେଇ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ପଞ୍ଚାୟତରେ ପିଇଓଙ୍କ ଜାଲ ଦସ୍ତଖତରେ ୮୦୦ କ୍ଵିଣ୍ଟାଲ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି । ଯୋଗାଣ ସହାୟକ ଙ୍କ ବିରୋଧରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ ଆଣିଲେ ପିଇଓ ଓ ସରପଞ୍ଚ ।

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ନକଲି ଦସ୍ତଖତରେ ୮ଶହ କ୍ଵିଣ୍ଟାଲ ଚାଉଳ ହଡପ

କୋରୋନା ସମୟରେ ଗରିବ ହିତାଧିକାରୀଙ୍କ ପାଇଁ ଆସିଥୁବା ତିନି ମାସର ୮ ଶହ କ୍ଵିଣ୍ଟାଲରୁ ଅଧିକ ମାଗଣା ଚାଉଳ ବିକ୍ରୀ କରି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ସରପଞ୍ଚ କାର୍ତିକ ମୁଦୁଲିଙ୍କ ଅଭିଯୋଗ କ୍ରମେ ବିଡ଼ିଓ ଏବଂ ଯୋଗାଣ ଅଧିକାରୀ ତଦନ୍ତ କରିବାପରେ ଏଭଳି ଘଟଣା ପଦାକୁ ଆସିଛି । ଘଟଣା ଅନୁସାରେ, ଅମଳାଭଟ୍ଟା ପଞ୍ଚାୟତରେ ୧୫୦୪ ଜଣ ଚାଉଳ କାର୍ଡ ଧାରୀ ଅଛନ୍ତି । ହେଲେ ଗତ ମେ, ଜୁନ, ଏବଂ ଜୁଲାଇ ମାସର ମାଗଣା ଚାଉଳ ବାବଦକୁ ଆସିଥୁବା ଚାଉଳ ହିତାଧିକାରୀଙ୍କୁ ଦିଆନଯାଇ ହଡପ କରାଯାଇଥିବା ଅଭିଯୋଗ ହୋଇଛି ।

ସେହିପରି ଯୋଗାଣ ନିରୀକ୍ଷକ ରୋହିତ ମାଝୀ ଅମଳାଭଟ୍ଟା ପଞ୍ଚାୟତର କିଛି ଗ୍ରାମରେ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରି ତଦନ୍ତ କରିଥିଲେ ଏବଂ ସରକାରୀ ଗୋଦାମରୁ ଉଠିଥିବା ଚାଉଳର ପରିମାଣ ଏବଂ ଗୋଦାମରେ ଗଛିତ ଥୁବା ଚାଉଳ ପରିମାଣ ଉପରେ ତାଳ ମେଳ କରିଥିଲେ । ତେବେ ପ୍ରାୟ ୮ ଶହ କ୍ଵିଣ୍ଟାଲ ଅଧିକ ଚାଉଳ କମ ଥିବା ଜଣାପଡିଥିଲା । ଯୋଗାଣ ନିରୀକ୍ଷକ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗ୍ରାମର ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିବାରୁ ହିତାଧିକାରୀଙ୍କୁ ତିନି ମାସର ମାଗଣା ଚାଉଳ ଦିଆଯାଇନଥିବା ଜଣାପଡିଥିଲା । ଏହି ପଞ୍ଚାୟତରେ ଗତ ମେ ମାସ 12 ତାରିଖରୁ ଜୁନ ମାସ 23 ତାରିଖ ଭିତରେ 1054.34 କ୍ଵିଣ୍ଟାଲ ଚାଉଳ ଉଠାଯାଇଥିବା ଜଣାପଡ଼ିଛି । ସେହିପରି ଜୁଲାଇ ମାସର ଟଙ୍କିକିଆ ଚାଉଳ ବାବଦରେ ୨୯୬.୨୯ କ୍ଵିଣ୍ଟାଲ ଚାଉଳ ଉଠିଥିବା ଜଣାପଡିଛି । ତେବେ ବର୍ତ୍ତମାନ ପଞ୍ଚାୟତ ଗୋଦାମରେ ୧୯୧ କ୍ଵିଣ୍ଟାଲ ଚାଉଳ ଗଛିତ ଥିବାବେଳେ ବାକି ଚାଉଳ କୁଆଡେ ଗଲା ତାହା ତଦନ୍ତ ସାପେକ୍ଷ । ଅନ୍ୟ ପକ୍ଷରେ ପଞ୍ଚାୟତ ପିଇଓଙ୍କ ଜାଲ ଦସ୍ତଖତ କରି ଚାଉଳ ଉଠାଯାଇଥିବାରୁ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବୀ ହୋଇଛି । ଘଟଣାର ତଦନ୍ତ ଜାରି ରହିଥିବାବେଳେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଡିଓ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 6, 2022, 10:52 PM IST

ABOUT THE AUTHOR

...view details