ଓଡିଶା

odisha

ETV Bharat / state

ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପାଳିତ - ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପଳିତ

ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପଳିତ । ଅଧିକ ପଢନ୍ତୁ

ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପଳିତ
ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପଳିତ

By

Published : Jun 26, 2022, 5:01 PM IST

ନବରଙ୍ଗପୁର: ଆଜି(ରବିବାର) ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ(international day against drug abuse and illicit trafficking) । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରୁ ସବୁଜ ପତାକା ଦେଖାଇ ସଚେତନତା ରଥ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

ଆନ୍ତର୍ଜାତିକ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ପଳିତ

ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ ଏବଂ ସରକାରୀ କର୍ମଚାରୀମାନେ ଭାଗ ନେଇଥିଲେ । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମିଶନ ଶକ୍ତି ସଭାଗୃହରେ ଡ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ବିଶେଷ କରି ଅବୈଧ ମାଦକ ଦ୍ରବ୍ୟ ସେବନ ଦ୍ଵାରା ସମାଜ ଉପରେ ଏହାର କୁପ୍ରଭାବ କିପରି ଭାବରେ ପକାଉଛି, ତାହା ଆଲୋକପାତ କରିଥିଲେ । ଅବୈଧ ମାଦକ ଦ୍ରବ୍ୟ ସେବନ ଦ୍ଵାରା ସମାଜରେ ଅସାମାଜିକ କାର୍ଯ୍ୟକଳାପ ସହିତ ହିଂସା ବୃଦ୍ଧି ପାଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅବୈଧ ନିଶା ନିବାରଣ ଏବଂ ନିଶାଗ୍ରସ୍ତ ମଣିଷକୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହିତ ଏଥିରେ ଆଧ୍ୟାତ୍ମିକ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଏବଂ ସରକାରୀ ସ୍ତରରେ ଥିବା ପ୍ରମୁଖ ଭୂମିକା ଉପରେ ଜିଲ୍ଲାପାଳ ଡ. ମିଶ୍ର ଗୁରୁତ୍ଵ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

TAGGED:

ABOUT THE AUTHOR

...view details