ଓଡିଶା

odisha

ETV Bharat / state

ମହିଳାଙ୍କ ଉଦ୍ୟମରେ ମଦମୁକ୍ତ ହେଲା ଗାଁ - ମଦ ମୁକ୍ତ ହେଲା ନବରଙ୍ଗପୁରର ଜବାଗୁଡ଼ା

ମହିଳାଙ୍କ ଉଦ୍ୟମରେ ମଦ ମୁକ୍ତ ହେଲା ଗାଁ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଏବେ ମଦମୁକ୍ତ ଗ୍ରାମରେ ପରିଣତ ହୋଇଛି। ଅଧିକ ପଢ଼ନ୍ତୁ

village of nabarangpur becomes  alcohol free by women
ମହିଳାଙ୍କ ଉଦ୍ୟମରେ ମଦ ମୁକ୍ତ ହେଲା ଗାଁ

By

Published : Mar 9, 2022, 3:30 PM IST

ନବରଙ୍ଗପୁର:ମହିଳାଙ୍କ ଉଦ୍ୟମରେ ମଦ ମୁକ୍ତ ହେଲା ଗାଁ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଏବେ ମଦ ମୁକ୍ତ ଗ୍ରାମରେ ପରିଣତ ହୋଇଛି। ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଉଦ୍ୟମରେ ସେହି ଅଞ୍ଚଳର ଏପରି ରୂପରେଖ ବଦଳି ପାରିଛି।

ମହିଳାଙ୍କ ଉଦ୍ୟମରେ ମଦ ମୁକ୍ତ ହେଲା ଗାଁ

ମଇଦଲପୁର ପୂର୍ବତନର ସରପଞ୍ଚ ଶୁଭାଙ୍ଗିନୀ ଯାନୀ ଗାଁର ମହିଳା ମାନଙ୍କୁ ଏକତ୍ରିତ କରି ମଦ ମୁକ୍ତ ଗ୍ରାମରେ ପରିଣତ କରିବାକେ ସଫଳତା ହାସଲ କରିଛନ୍ତି । ଗାଁର ଯାନୀ ସାହି ଓ ହରିଜନ ସାହିରେ ପାଖାପାଖି ୬୦ ପରିବାର ବସବାସ କରୁଛନ୍ତି । ପ୍ରାୟ ସମସ୍ତେ କୁଲିମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ତେବେ ଗ୍ରାମରେ ମଦ ବିକ୍ରି ଯୋଗୁଁ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଯାହା ଫଳରେ ଅନେକ ଘରେ ଗଣ୍ଡଗୋଳ ହେବା ସହ ଅଶାନ୍ତ ସୃଷ୍ଟି ହୋଉଥିଲା । ଶେଷରେ ଗତ ଦୁଇମାସ ତଳେ ଗାଁରେ ମଦ କାରବାର ସମ୍ପୂର୍ଣ ବନ୍ଦ କରିବାକୁ ମହିଳା ମାନେ ଏକ ବୈଠକ କାରିଥିଲେ । କୌଣସି ପ୍ରକାର ମଦ, ସଲପ ପ୍ରସ୍ତୁତି ସହ ବିକ୍ରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥସହକୌଣସି ପୁରୁଷ ମଦ ପିଇ ଘରକୁ ଆସିଲେ ଫାଇନ ଆଦାୟ ପାଇଁ ନିଷ୍ପତ୍ତି ମଧ୍ୟ ହୋଇଥିଲା । ଏବଂ ପୂର୍ବତନ ସରପଞ୍ଚ ଏହାର ନେତୃତ୍ବ ନେଇଥିଲେ । ଯାହା ଫଳରେ ଗ୍ରାମ ଏବେ ସମ୍ପୂର୍ଣ୍ଣ ରୂପେ ମଦମୁକ୍ତ ହୋଇପାରିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details