ଓଡିଶା

odisha

ETV Bharat / state

ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ - ଇନ୍ଦ୍ରାବତୀର ଗତିପଥ ପରିବର୍ତ୍ତନରେ ଗାଁ ଲୋକ ଆତଙ୍କୀତ

ଅଭିଶପ୍ତ ମଣିଷଙ୍କ ଅସରନ୍ତି ଦୁଃଖ । ଭୟଭୀତ ଅବସ୍ଥାରେ ଜିଉଁଛନ୍ତି ଜୀବନ। ନଦୀ କୂଳିଆଙ୍କୁ ଡରେଇ ମାରୁଛି ନଦୀ। ଆଉ ବର୍ଷା ଆସିଲେ ଏଠାକାର ଲୋକଙ୍କ ରାତିର ନିଦ ହଜିଯାଉଛି ଓ ପେଟର ଭୋକ ମରିଯାଉଛି। କାରଣ ଏବେ ଗତିପଥ ବଦଳାଉଛି ଇନ୍ଦ୍ରାବତୀ । ନଦୀର ଏହି ଆକସ୍ମିକ ପରିବର୍ତ୍ତନରେ ଆଖ ପାଖରେ ଥିବା ଜମି ଓ ଗାଁ ମଧ୍ୟ କେତେବେଳେ ଯେ ନଦୀ ଗର୍ଭରେ ଲୀନ ହୋଇଯିବ ତାହା କହି ହେବନି। ଏହାକୁ ନେଇ ଆତଙ୍କିତ ସଭିଏଁ।

ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ
ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ

By

Published : Sep 23, 2020, 7:36 PM IST

ନବରଙ୍ଗପୁର: ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଏକ ବଡ଼ ନଦୀ ଏବଂ ପ୍ରମୁଖ ନଦୀ। ଏହି ଇନ୍ଦ୍ରାବତୀ ନଦୀ କଳାହାଣ୍ଡି ଜିଲ୍ଲାରୁ ଛୋଟ ଆକାରରେ ବାହାରି ନବରଙ୍ଗପୁର ଜିଲ୍ଲାର 4 ଟି ବ୍ଲକ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ାର 30ଟି ଗାଁ ଦେଇ ଛତିଶଗଡ଼ ରାଜ୍ୟ ଓ ପରେ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଯାଇ ମିଶୁଛି।

ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ

ପୂର୍ବେ ଇନ୍ଦ୍ରାବତୀ ନଦୀ 3,4 କିଲୋମିଟର ଆଗକୁ ପ୍ରବାହିତ ହେଉଥିଲା, ଏହି ନଦୀ ଗତିପଥ ପରିବର୍ତ୍ତନ କରିବା ଦ୍ୱାରା ଧୀରେ ଧୀରେ 3,4 କିଲୋମିଟର ପଛକୁ ଚାଲିଯାଇଥିଲା କିନ୍ତୁ ଏବେ ନଦୀକୂଳରେ ରହିଥିବା ଗାଁ ଗୁଡିକ ଇନ୍ଦ୍ରାବତୀ ନଦୀ ପୁନଃବାର ତାର ଗତିପଥ ପରିବର୍ତ୍ତନ କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାସ କରି ନବରଙ୍ଗପୁର ଓ କଷାଗୁମୁଡ଼ା ବ୍ଲକର 21 ଟି ନଦୀ କୁଳିଆ ଗାଁ ଇନ୍ଦ୍ରାବତୀ ନଦୀର ଗତିପଥ ପରିବର୍ତ୍ତନରେ ବେଶି ପ୍ରଭାବିତ ହୋଇଛନ୍ତି।

ଇନ୍ଦ୍ରାବତୀର ଗତିପଥ ପରିବର୍ତ୍ତନରେ ଗାଁ ଲୋକ ସେମାନଙ୍କ ଶହ ଶହ ଏକର ଚାଷ ଜମି ହରାଇ ବସିଥିଲେ ଏବଂ ନଦୀ ଯେମିତି ଆଗକୁ ଆଗକୁ ବଢୁଛି ସେମିତି ସେମିତି ଗାଁ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି। ନଦୀର ଗତିପଥ ପରିବର୍ତନ ଫଳରେ ଆଉ ଏକ ସମସ୍ୟା ମଧ୍ୟ ଦେଖାଦେଇଛି, ଗତିପଥ ପରିବର୍ତ୍ତନ ଫଳରେ ନଦୀର ଆର ପାରିରେ ସୃଷ୍ଟି ହୋଇଥିବା ସ୍ଥଳ ଭାଗ ନବରଙ୍ଗପୁର ଜିଲ୍ଲାର ହୋଇଥିଲେ ମଧ୍ୟ ସରକାରଙ୍କ ସୀମା ନିର୍ଦ୍ଧାରଣ ନିୟମ ଅନୁସାରେ ଶହ ଶହ ଏକର ସ୍ଥଳ ଭାଗ ନଦୀ ଆର ପାରିରେ ଥିବା କୋରାପୁଟ ଜିଲ୍ଲାର ଅଧିକାରକୁ ଚାଲିଯାଉଛି। ଯାହା ଫଳରେ ନବରଙ୍ଗପୁର ଜିଲ୍ଲାବାସୀ ତାଙ୍କର ଅଧିକାରକୁ ହରାଉଛନ୍ତି। କୋରାପୁଟ ଜିଲ୍ଲାବାସୀ ସେହି ଜମିକୁ ନିଜ ଅଧିକାରକୁ ନେଉଛନ୍ତି।

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଖଣ୍ଡିବାଗଦରୀ ଗାଁ ନିକଟରେ ଇନ୍ଦ୍ରାବତୀ ନଦୀ କୂଳରେ ପଥର ପେଚିଂ କାମ କରିଥିଲେ କିନ୍ତୁ କୋଟି କୋଟି ଟଙ୍କାର ଏହି କାମ ଗୋଟିଏ ବର୍ଷାରେ ଧୋଇ ହୋଇ ଯାଇଛି। ଗାଁ ଲୋକଙ୍କ ଦୁଃଖ ଯେମିତି କୁ ସେମିତି ରହିଛି। ଇନ୍ଦ୍ରାବତୀ ନଦୀର ଗତିପଥ ପରିବର୍ତ୍ତନରେ ନବରଙ୍ଗପୁର ବ୍ଲକର ବଡମସିଗାଁ ପଞ୍ଚାୟତ ଓ କୋଷାଗୁମୁଡ଼ା ବ୍ଲକ ଚିରିମା ପଞ୍ଚାୟତର 8 ଟି ଗାଁ ଆଡକୁ ମାଡି ଆସୁଛି ନଦୀ। ଏହି ଗାଁ ଗୁଡିକ ବେଶ ପ୍ରଭାବିତ ହେଉଛନ୍ତି।

ଇନ୍ଦ୍ରାବତୀ ନଦୀ ତଟରେ ଥିବା ଏହି ଗାଁ ଗୁଡିକ ବିଷୟରେ ଜିଲ୍ଲା ପ୍ରଶାସନ ଓ ତତ୍କାଳୀନ ନବରଙ୍ଗପୁର ବିଧାୟକ ମନହୋର ରନ୍ଧାରୀ ତତ୍ପରତା ପ୍ରକାଶ କରି ଦୁଇଟି ଫେଜରେ 3 କୋଟି ଟଙ୍କା ବ୍ୟୟରେ ନଦୀ କୂଳରେ ପଥର ପେଚିଂ କାମ କରାଯାଇଥିଲା, କିନ୍ତୁ ଏବେ ପୁଣି ଯେଉଁ ଦୁଃଖ କୁ ସେହି ଦୁଃଖ।

ଏହି ନଦୀ କୁଳିଆ ଗାଁ ଲୋକଙ୍କ ଦୁଃଖର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ମଳିପାରିନାହି। ନଦୀ କୂଳେରେ ଥିବା ଗାଁ ଗୁଡିକର ବିକାଶ ପାଇଁ ସରକାର ସବୁ ଦେଖୁଛନ୍ତି ହେଲେ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details