ନବରଙ୍ଗପୁର: ସମସ୍ୟାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମାଧାନ ପାଇଁ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ତରଫରୁ ରାଲି ଏବଂ ଦାବିପତ୍ର ପ୍ରଦାନ । ବିସ୍ଥାପିତଙ୍କ ଦାବି ନେଇ ଗତ ୨୦୦୮ ମସିହାରୁ ଆନ୍ଦୋଳନ ଚାଲିଛି । ସରକାର ବିସ୍ଥାପିତଙ୍କ ଜମି ନିମନ୍ତେ ପ୍ରଦାନ କରାଯାଉଥିବା ଟଙ୍କା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ ।
କଳାହାଣ୍ଡି ଜିଲ୍ଲାର ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଉଛି । କିନ୍ତୁ ନବରଙ୍ଗପୁର ଜିଲ୍ଲାର ବିସ୍ଥାପିତଙ୍କ ସମସ୍ୟା ପ୍ରତି ସରକାର ଅଣଦେଖା କରୁଛନ୍ତି ଏବଂ କୌଣସି ବି କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ । ବିସ୍ଥାପିତଙ୍କୁ ସେମାନଙ୍କ କ୍ଷତିପୂରଣ ଦିଆଯାଉନଥିବାରୁ ସେମାନଙ୍କ ରୋଜଗାରର ଅନ୍ୟ କୌଣସି ପନ୍ଥା ନପାଇ ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସହ କାଠ ବିକ୍ରୟ କରି ଜୀବିକା ନିର୍ବାହ କରୁଛନ୍ତି । ଅନେକ ସମୟରେ ଜୀବିକା ନିର୍ବାହ ପାଇଁ କାଠ ବିକ୍ରୟ କରୁଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ସେମାନଙ୍କୁ ଗିରଫ କରାଯାଇଛି ।