ନବରଙ୍ଗପୁର: ରାଜ୍ୟରେ କାେରୋନା କାୟା ଜାରି ରହିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ନବରଙ୍ଗପୁରରେ ମୋଟ 58ଜଣ କୋରୋନାରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି ।
କୋରୋନାକୁ ମୁକାବିଲା କରିବା ପାଇଁ ପ୍ରାଶାସନ ଯେତେ ଚେଷ୍ଟା କଲେ ବି ସବୁ ବିଫଳ ହେଉଛି । କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନବରଙ୍ଗପୁରରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ନୂଆ 58 ପଜିଟିଭ ଚିହ୍ନଟ ହୋଇଛନ୍ତି । 58ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 19ଜଣ,ତେନ୍ତୁଳିଖୁଣ୍ଟି ବ୍ଲକରୁ 15ଜଣ,ଚାନ୍ଦହାଣ୍ଡି ବ୍ଲକରୁ 4ଜଣ,କୋଷାଗୁମୁଡା ବ୍ଲକରୁ 3ଜଣ ସହ ନବରଙ୍ଗପୁର ବ୍ଲକରୁ 7ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।