ଓଡିଶା

odisha

ETV Bharat / state

କେବିସି ନାଁ କହି ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ - in the name of KBC

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବାବୁରିଆ ଗାଁର ଗଙ୍ଗାଧର ନାୟକଙ୍କ ଠାରୁ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ । କୌନ ବନେଗା କରୋଡ଼ପତି ନାରେ ମୁମ୍ବାଇ ସ୍ଥିତ ଆକାଶ ବର୍ମା ନାମକ ଜଣେ ବ୍ୟକ୍ତି ଠକେଇ କରିଥିବା ଜଣାପଡିଛି l ଅଧିକ ପଢନ୍ତୁ...

in the name of KBC Fraud taken one lakh and one thousand rupees
କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

By

Published : May 2, 2020, 8:08 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବାବୁରିଆ ଗାଁର ଗଙ୍ଗାଧର ନାୟକଙ୍କ ଠାରୁ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ । କୌନ ବନେଗା କରୋଡ଼ପତି ନାରେ ମୁମ୍ବାଇ ସ୍ଥିତ ଆକାଶ ବର୍ମା ନାମକ ଜଣେ ବ୍ୟକ୍ତି ଠକେଇ କରିଥିବା ଜଣାପଡିଛି l

କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଗଙ୍ଗାଧର ନାୟକଙ୍କ ମୋବାଇଲ ନମ୍ବରକୁ ଏକ ଫୋନ କଲ ଆସିଥିଲା l ଗଙ୍ଗାଧର ଫୋନ ଉଠାଇବା ପରେ ଆକାଶ ବର୍ମା ନାମକ ଜଣେ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର ମ୍ୟାନେଜର କହିବା ସହ ଗଙ୍ଗାଧରଙ୍କୁ ଜିଓ କମ୍ପାନୀ ଦ୍ଵାରା ପ୍ରାୟୋଜିତ କୌନ ବନେଗା କାରୋଡ଼ ପତି ପ୍ରୋଗ୍ରାମର ଲଟେରୀରେ 25 ଲକ୍ଷ ଟଙ୍କା ଲଟେରୀ ବାଜିଥିବା କହିଥିଲେ l

କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

ଏହାପରେ ଆକାଶ ବର୍ମା ଗଙ୍ଗାଧରଙ୍କୁ 25 ଲକ୍ଷ ଟଙ୍କା ପାଇବାକୁ ହେଲେ ଏକ ଲକ୍ଷ ଟଙ୍କା ଜମାକରିବାକୁ ପଡିବ କହିଥିଲେ । ଏହାସହ ଜାନକିପୁରମ ବ୍ରାଞ୍ଚର ଖାତା ଧରି ମୋନା ବର୍ମା ନାମର ଆକାଉଣ୍ଟ ନମ୍ବର - 20231917344, ସହ ନିଜର ଆଧାର କାର୍ଡ ଏବଂ କିଛି ଜିଓ ଏବଂ କେ.ବି.ସି ଲାଗିଥିବା ଡକୁମେଣ୍ଟ ହ୍ବାର୍ଟସପ ଜରିଆରେ ଗଙ୍ଗାକୁ ପଠେଇଥିଲେ l

କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

ଏହାପରେ ଗଙ୍ଗାଧର ଚାରୋଟି କିସ୍ତିରେ ଆକାଶ ବର୍ମାଙ୍କୁ ଏକ ଲକ୍ଷ ଏକ ହଜାର ଟଙ୍କା ପଠାଇଥିବା ଜଣା ପଡିଛି l କିନ୍ତୁ ଗଙ୍ଗାଧର ଟଙ୍କା ପଠାଇବା ପରେ ମଧ୍ୟ ଆକାଶ ବର୍ମା ଗଙ୍ଗାଧରକୁ ବାଜିଥିବା ଲଟେରୀ ଟଙ୍କାକୁ ନ ପଠାଇବାରୁ ଗଙ୍ଗାଧରଙ୍କୁ ସନ୍ଦେହ ଲାଗିଲା l ତାପରେ ଗଙ୍ଗାଧର ଯେତେ ଫୋନ କଲେ ମଧ୍ୟ ଆକାଶ ଫୋନ ଉଠେଇ ନଥିଲେ । ଏହାପରେ ଗଙ୍ଗାଧର ଚନ୍ଦାହାଣ୍ଡି ପୋଲିସ ଷ୍ଟେସନକୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି ।

କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

ଗଙ୍ଗାଧର ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବା ବେଳେ ଘରର ଧାନ ଚାଉଳ ଏବଂ କିଛି ଅଳଙ୍କାର ବିକ୍ରି କରି ଆକାଶ ବର୍ମାକୁ ଲକ୍ଷେ ଟଙ୍କା ଦେଇଥିବା ଜଣାପଡିଛି l ବର୍ତ୍ତମାନ ଗଙ୍ଗାଧର ଟଙ୍କା ନ ପାଇ ଏକ ପ୍ରକାର ମାନସିକତା ହରାଇ ବସିଥିବାବେଳେ ପ୍ରଶାସନ ଜରିଆରେ ଠକେଇ ପଇସା ପାଇବା ସହ ସେହିଭଳି ଠକ ମାନଙ୍କ ବିରୋଧରେ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଗଙ୍ଗାଧରଙ୍କ ପରିବାର କହିଛନ୍ତି l

କେ.ବି.ସି ନା ରେ ଏକ ଲକ୍ଷ ଏକ ହଜାର ଟଙ୍କା ଠକେଇ ଅଭିଯୋଗ

ଅନ୍ୟପଟେ ଏହି ଅଭିଯୋଗକୁ ଗ୍ରହଣ କରିବା ସହ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ଅଭୟ ବେହେରା ପ୍ରକାଶ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details