ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କାେରୋନା - କୋରୋନା ସ୍ରଂକମିତ

କୋରୋନା ନିୟନ୍ତ୍ରଣରେ ଲାଗୁନି ବ୍ରେକ୍‌ । ନବରଙ୍ଗପୁର ଜିଲ୍କାରେ ତଳକୁ ଖସୁନି କୋରୋନା ଗ୍ରାଫ୍ । ସ୍ଥିତି ଅଣାୟତ୍ତ । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କାେରୋନା
ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କାେରୋନା

By

Published : May 3, 2021, 4:45 PM IST

ନବରଙ୍ଗପୁର:କୋଭିଡ ନିୟନ୍ତ୍ରଣରେ ଲାଗୁନି ବ୍ରେକ୍‌, ଆଜି ପୁଣି ସର୍ବାଧିକ ୪୩୩ ଜଣ ନୂଆ ପଜିଟିଭ ଚିହ୍ନଟ l ନବରଙ୍ଗପୁର ଜିଲ୍ଲାରେ କାେରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଜିଲ୍ଲାରେ ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ୍ l ସୋମବାର ଜିଲ୍ଲାରେ ପୁଣି ରେକର୍ଡ ସଂଖ୍ୟକ 433 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କାେରୋନା


ସୋମବାର ଚିହ୍ନଟ 433 ଜଣଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 105, ରାଇଘର ବ୍ଲକରୁ 71, ଝରିଗାଁ ବ୍ଲକରୁ 62, ପାପଡାହାଣ୍ଡି ଓ ଉମରକୋଟ ବ୍ଲକରୁ 40 ଜଣ ଲେଖାଏ, ଉମରକୋଟ ପୌରାଞ୍ଚଳରୁ 34, ଡାବୁଗାଁ ବ୍ଲକରୁ 20 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳରୁ 18, ନନ୍ଦାହାଣ୍ଡି ବ୍ଲକରୁ 15, ତେନ୍ତୁଳିଖୁଣ୍ଟି ବ୍ଲକରୁ 14, କୋଷଗୁମୁଡା ବ୍ଲକରୁ 9, ନବରଙ୍ଗପୁର ବ୍ଲକରୁ 2 ଏବଂ ନବରଙ୍ଗପୁର ଜିଲ୍ଲାକୁ ଆସିଥିବା କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ର ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l


ଆଜିର 433 ଜଣ ସର୍ବାଧିକ ନୂଆ କୋରୋନା ସ୍ରଂକମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 11007କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 7832 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 3101ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ 2975 ଜଣ ଏକାନ୍ତବାସରେ ରହି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 43 ହଜାର 236 ଜଣଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍‌ ନିୟନ୍ତ୍ରଣ ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ପରେ ଏବେ 14 ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ନେଇଛନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details