ନବରଙ୍ଗପୁର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କୋରୋନା । ପ୍ରତିଦିନ ପ୍ରାୟ ଅଧିକାଂଶ ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିନକୁ ଦିନ ସଂକ୍ରମଣ ମାମଲା ମଧ୍ୟ ବଢିବଢି ଚାଲିଛି । ନବରଙ୍ଗପୁର ଜିଲ୍ଲାରେ ଆଜି(ବୁଧବାର) ପୁଣି ୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ଚିହ୍ନଟ ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନିସିପାଲିଟି, ଉମରକୋଟ,ଝରିଗାଁ, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେଥିମଧ୍ୟରୁ ଉମରକୋଟ ଓ ଡାବୁଗାଁରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।