ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର କାଠ ଜବତ, ଜଣେ ଗିରଫ

ରାଜେଶ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବନ ବିଭାଗର ଚଢାଉ । ଲକ୍ଷାଧିକ ଟଙ୍କାର ଶାଗୁଆନ, ଶାଳ, ପିଆଶାଳ କାଠ ଜବତ । ଗିରଫ ହେଲେ ରାଜେଶ ମଣ୍ଡଳ ।

By

Published : Sep 11, 2019, 3:16 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଉମରକୋଟ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଉମରକୋଟ ବ୍ଲକ ଅନ୍ତର୍ଗତ ବଡକୁମାରି UV-1 ଗାଁର ରାଜେଶ ମଣ୍ଡଳ ଘରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ, ଶାଳ, ପିଆଶାଳ ଇତ୍ୟାଦି କାଠ ଜବତ କରିଛି । ଏଥିସହ ରାଜୁ ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଉମରକୋଟ ତହସିଲଦାର ତଥା ମାଜିଷ୍ଟ୍ରେଟ ଧର୍ମରାଜ ମାଝୀଙ୍କ ଉପସ୍ଥିତିରେ ଉମରକୋଟ ବନବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ 65 ସିଏଫଟି କାଠ ଜବତ କରାଯାଇଅଛି । ଯାହାର ବଜାରର ଆନୁମାନିକ ମୂଲ୍ୟ 1.5 ଲକ୍ଷ ଟଙ୍କା ହେବ । ବେଆଇନ ଭାବରେ କାଠ ରଖିଥିବା କାରଣରୁ ରାଜୁ ମଣ୍ଡଳଙ୍କୁ ଗିରଫ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details