ଓଡିଶା

odisha

ETV Bharat / state

ଶିଶୁ ଦିବସରେ ଖୁସି ବାଣ୍ଟିଲେ ହୋଟେଲ ମାଲିକ, ପ୍ରଶଂସା କଲେ ଜିଲ୍ଲାପାଳ - ହୋଟେଲରେ ଖୁଆଇଲେ ହୋଟେଲ ମାଲିକ

ଶିଶୁ ଦିବସ ଅବସରରେ ବସ୍ତି ପିଲାଙ୍କୁ ହୋଟେଲରେ ଖୁଆଇଲେ ହୋଟେଲ ମାଲିକ l ଅଧିକ ପଢନ୍ତୁ

ଶିଶୁ ଦିବସରେ ଖୁସି ବାଣ୍ଟିଲେ ହୋଟେଲ ମାଲିକ
ଶିଶୁ ଦିବସରେ ଖୁସି ବାଣ୍ଟିଲେ ହୋଟେଲ ମାଲିକ

By

Published : Nov 14, 2022, 10:52 PM IST

ନବରଙ୍ଗପୁର:ଶିଶୁ ଦିବସ ଅବସରରେ ବସ୍ତି ପିଲାଙ୍କୁ ହୋଟେଲରେ ଖୁଆଇଲେ ହୋଟେଲ ମାଲିକ l ଅନାଥ ଓ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପୁଅ ଝିଅ ମାନଙ୍କୁ ନିଜ ହୋଟେଲକୁ ଡାକି ସ୍ନେହ ମମତାର ସହ ପେଟ ପୁରା ଖାଇବାକୁ ଦେଇ ମାନବିକତାର ପରିଚୟ ଦେଲେ ହୋଟେଲ ମାଲିକ l

ଶିଶୁ ଦିବସରେ ଖୁସି ବାଣ୍ଟିଲେ ହୋଟେଲ ମାଲିକ

ଶିଶୁ ଦିବସ ଭଳି ଦିନରେ ସେଇ ଅସହାୟ ଗରିବ ଅନାଥ ପିଲାଙ୍କୁ ଡାକି ନିଜ ହୋଟେଲରେ ପେଟ ପୁରା ଖାଇବାକୁ ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ନବରଙ୍ଗପୁରସ୍ଥିତ ପ୍ରକାଶ ଫ୍ୟାମିଲି ରେଷ୍ଟୁରାଣ୍ଟର ମାଲିକ l ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ l ହେଲେ ଆବଶ୍ୟକୀୟ ମୌଳିକ ଚାହିଦାର ଅଭାବ ଏହି ବସ୍ତି ବାସିନ୍ଦା ଝାଡୁଦାରମାନଙ୍କ ପିଲାଙ୍କ ଶୈଶବକୁ ଅନ୍ଧକାର ଆଗକୁ ଠେଲି ଦେଉଛି l ଦୁନିଆର ଚାକଚକ୍ୟଠାରୁ ଅନତି ଦୂରରେ ରହି ଅନ୍ଧାର ରାଜ୍ୟରୁ ଉଜ୍ବଳ ଭବିଷ୍ୟତ ଗଢିବାର ସ୍ବପ୍ନ ଅନେକାଂଶରେ ଧୂଳିସାତ ହୋଇଯାଏ l ହେଲେ ଶିଶୁ ଦିବସ ଭଳି ସ୍ୱତନ୍ତ୍ର ଦିନରେ ଦେଶର ଭବିଷ୍ୟତ ତଥା କୁନି କୁନି ପିଲାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ କରା ଯାଇଥିବା ଛୋଟିଆ ପ୍ରୟାସ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସେମାନେ ବେଶ୍ ଖୁସି ଥିବା ଜଣା ପଡିଥିଲେ l

ଶିଶୁ ଦିବସରେ ହୋଟେଲ ମାଲିକଙ୍କ ଏଭଳି କାର୍ଯ୍ୟ ପାଇଁ ଭୁରି ଭୁରି ପ୍ରଶଂସା କରୁଛନ୍ତି ନବରଙ୍ଗପୁର ସହର ବାସୀ l ହୋଟେଲରେ ହୋଇଥିବା ଏଭଳି ଏକ ଆୟୋଜନରେ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଯୋଗ ଦେବା ସହିତ ହୋଟେଲ ମାଲିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ ସହ ପ୍ରେରଣାଦାୟୀ ହେବ ବୋଲି ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ l

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details