ନବରଙ୍ଗପୁର: ମହୁମାଛି ଆକ୍ରମଣରେ 6 ଗୁରୁତର । ଗାଈ ଚରାଇବା ବେଳେ ହଠାତ ଆକ୍ରମଣ କଲେ ମହୁମାଛି । ଏ ଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ ପାତ୍ରପୁଟ ଠାରେ।
ସୂଚନା ଅନୁଯାୟୀ ପାତ୍ରପୁଟ ଗ୍ରାମର 6 ଜଣ ବ୍ୟକ୍ତି ଗାଈ ଚରାଇବା ପାଇଁ ଯାଇଥିବା ସମୟରେ ଗୋଟିଏ ଗଛରେ ମହୁଫେଣା ବସା ବାନ୍ଧିଥିଲା। ଅକସ୍ମାତ ଗୋଟିଏ ଚିଲ ପକ୍ଷୀ ଆସି ମହୁ ଖାଇବା ଆଶାରେ ମହୁ ଫେଣା ଉପରେ ଆକ୍ରମଣ କରିଥିଲା । ଏହା ଦ୍ବାରା ମହୁମାଛି ମାନେ ଛିନଛତ୍ର ହୋଇ ଗାଈ ଚୋରାଳିଙ୍କ ଉପରେ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣରେ ପାତ୍ରପୁଟ ଗ୍ରାମର 6 ଜଣ ବ୍ୟକ୍ତି ରତନ ଗୌଡ଼, ସନ ଅମନାତ୍ୟ,ନବୀନ ପାତ୍ର, ସୁନାଧର ନାୟକ, ସୀମାଞ୍ଚଳ ପ୍ରଧାନୀ ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକ ମାନେ ପ୍ରଥମେ ପାତ୍ରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।