ଓଡିଶା

odisha

ETV Bharat / state

କହ୍ନେୟା କୁମାର ଗଲା ପରେ ଗଙ୍ଗା ଜଳରେ ସଭାସ୍ଥଳ ଧୋଇଲା ହିନ୍ଦୁ ଏକତା ବାହିନୀ - କଂଗ୍ରେସର ସଭା ସ୍ଥଳକୁ ଗଙ୍ଗା ଜଳରେ ଧୋଇଲା ହିନ୍ଦୁ ଏକତା ବାହିନୀ

ନବରଙ୍ଗପୁର ଗସ୍ତରେ ଆସିଥିବା କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ବିରୋଧ କରି ସଭା ସ୍ଥଳକୁ ଗଙ୍ଗା ଜଳରେ ଶୁଦ୍ଧି କରଣ କଲା ହିନ୍ଦୁ ଏକତା ବାହିନୀ । ଅଧିକ ପଢନ୍ତୁ

କହ୍ନେୟା କୁମାରଙ୍କୁ ବିରୋଧ କରି କଂଗ୍ରେସର ସଭା ସ୍ଥଳକୁ ଗଙ୍ଗା ଜଳରେ ଧୋଇଲା ହିନ୍ଦୁ ଏକତା ବାହିନୀ
କହ୍ନେୟା କୁମାରଙ୍କୁ ବିରୋଧ କରି କଂଗ୍ରେସର ସଭା ସ୍ଥଳକୁ ଗଙ୍ଗା ଜଳରେ ଧୋଇଲା ହିନ୍ଦୁ ଏକତା ବାହିନୀ

By

Published : Dec 28, 2021, 9:44 AM IST

ନବରଙ୍ଗପୁର: ଗତକାଲି କଂଗ୍ରେସର ୧୦୦ତମ ପ୍ରତିଷ୍ଠା ଦିବସ ଅବସରରେ ନବରଙ୍ଗପୁର ଗସ୍ତରେ ଆସିଥିଲେ କଂଗ୍ରେସ ନେତା କହ୍ନେୟା କୁମାର(Kahneja Kumar ) । ଜିଲ୍ଲାର ହିରଲୀ ସ୍ଥିତ ନୂତନ ମଣ୍ଡେଇ ପଡିଆ ଠାରେ ଜିଲ୍ଲା କଂଗ୍ରେସ ମହାସମାରୋହରେ ସେ ସାମିଲ ହୋଇଥିଲେ । ତେବେ ହ୍ନେୟା କୁମାର ଙ୍କ ଏହି ଗସ୍ତକୁ ବିରୋଧ କରିଥିଲା ଜିଲ୍ଲା ହିନ୍ଦୁ ଏକତା ବାହିନୀ । ଫଳରେ କହ୍ନେୟା କୁମାରଙ୍କୁ ଦେଶଦ୍ରୋହ ର ଆଖ୍ୟା ଦେଇ ସଭା ସ୍ଥଳକୁ ଶୁଦ୍ଧି କରଣ କରିଥିଲା ହିନ୍ଦୁ ଏକତା ବାହିନୀ (Hindu Ekta Bahini )।

କହ୍ନେୟା କୁମାରଙ୍କୁ ବିରୋଧ କରି କଂଗ୍ରେସର ସଭା ସ୍ଥଳକୁ ଗଙ୍ଗା ଜଳରେ ଧୋଇଲା ହିନ୍ଦୁ ଏକତା ବାହିନୀ

ସେ ଜେଏନୟୁ ର ଛାତ୍ର ଥିବା ବେଳେ ସେଠାରେ ଯେଉଁ ଢଙ୍ଗରେ ଦେଶ ବିରୋଧୀ ନାରା ଦେଇ ଦେଶ କୁ ଖଣ୍ତ ଖଣ୍ଡକରିବାକୁ ପ୍ରୟାସ କରିଥିଲେ । ଏବଂ ଯେଉଁ ଦେଶ ବିରୋଧୀ ନାରା ଦେଉଥିଲେ ତାହା ଦେଶଦ୍ରୋହୀ ର କାର୍ଯ୍ୟ ବୋଲି ସଂଗଠନ ତରଫରୁ ଅଭିଯୋଗ ହୋଇଛି । ତେଣୁ ସଂଗଠନର ସଦସ୍ୟ ମାନେ କହ୍ନେୟା କୁମାର ଙ୍କୁ ଦେଶଦ୍ରୋହ ର ଆଖ୍ୟା ଦେବା ସହ ତାଙ୍କ ଭଳି ଦେଶଦ୍ରୋହୀ ଙ୍କ ପାଦ ନବରଙ୍ଗପୁର ଭଳି ପବିତ୍ର ମାଟି ରେ ପଡିବା ଦ୍ୱାରା ଏହି ମାଟି ଅପବିତ୍ର ହୋଇଯାଇଥିବା ଅଭିଯୋଗ କରିଥିଲା ହିନ୍ଦୁ ଏକତା ବାହିନୀ । କହ୍ନେୟା କୁମାର ଙ୍କ ଗ୍ରସ୍ତ କୁ ବିରୋଧ ପ୍ରତିବାଦ ସ୍ୱରୂପ କଂଗ୍ରେସ ର ସଭା ସରିବା ପରେ ସଙ୍ଗଠନ ର ସଦସ୍ୟ ମାନଙ୍କ ଦ୍ୱାରା ସଭା ସ୍ଥଳକୁ ଗଙ୍ଗା ଜଳ ଦ୍ୱାରା ଶୁଦ୍ଧି କରଣ କରାଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details