ନବରଙ୍ଗପୁର: ପବିତ୍ର ହେରାପଞ୍ଚମୀ ପାଇଁ ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ମହାବାହୁ ଜଗନ୍ନାଥଙ୍କ ନିକଟକୁ ଯାଇଛନ୍ତି । ଭାଇ ଭଉଣୀଙ୍କୁ ଧରି ମାଉସୀ ମା ଘରକୁ ଯାଇଥିବା କାଳିଆ ଠାକୁର ପତ୍ନୀଙ୍କୁ ସାଥିରେ ନେଇ ନଥିବାରୁ ଅଭିମାନ କରିଛନ୍ତି ମା' ଲକ୍ଷ୍ମୀ ।
ନନ୍ଦିଘୋଷ ଭାଙ୍ଗିଲେ ଅଭିମାନିନୀ ଲକ୍ଷ୍ମୀ - ନନ୍ଦିଘୋଷ
ହେରା ପଞ୍ଚମୀରେ ବିମାନରେ ବାହାରିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ରାଗରେ ଥିବା ଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି ।
ଫଟୋ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର
ପରମ୍ପରା ଅନୁଯାୟୀ ରାଜପୁରୋହିତଙ୍କ ସହ ବିମାନରେ ଯାଇଥିବା ଲକ୍ଷ୍ମୀ ରାଗରେ ନନ୍ଦିଘୋଷ ଭାଙ୍ଗି ଚାଲି ଆସିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେରାପଞ୍ଚମୀ ନୀତିକାନ୍ତି ସହକାରେ ସମ୍ପାଦିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ପରମ୍ପରାକୁ ଉପଭୋଗ କରିବା ପାଇଁ ସହରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ