ନବରଙ୍ଗପୁର:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କେତେକ ଅଞ୍ଚଳରେ କଚ୍ଚା ଘର ଭାଙ୍ଗି ଯାଇଛି । ସକାଳୁ ଜାରି ରହିଥିବା ଭାରି ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଟୁରି ନଦୀ ଫୁଲି ଉଠିଛି । ନଦୀ ଉପରେ ଦୁଇ ଫୁଟ ଉଚ୍ଚାତର ପାଣି ପ୍ରବାହିତ ହେଉଛି । ଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁରକୁ ସମ୍ପୂର୍ଣ୍ଣ ଭାବେ ଯୋଗଯୋଗ ଠପ୍ ହେଇ ପଡିଛି ।
ଏହି ରାସ୍ତାଟି ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁରକୁ ସଂଯୋଗ କରିଥାଏ । ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡି । ଲଘୁଚାପ ଯୋଗୁଁ ଆଗକୁ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ବେଳେ ଟୁରି ନଦୀର ଜଳସ୍ତର ମଧ୍ୟ ବଢିବାକୁ ଲାଗିଲାଣି । ଏଭଳି ଲଗାଣ ବର୍ଷା ଜାରି ରହିଲେ ନଈ କୂଳ ଜନବସତିଙ୍କ ପାଇଁ ସମସ୍ୟା ଦେଖାଦେଇପାରେ ।