ନବରଙ୍ଗପୁର: ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲା । ବର୍ଷା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି କୋଷାଗୁମୁଡାର ଅନେକ ବ୍ଲକ । ବ୍ଲକର ବିଞ୍ଜିଲି, ଉକିଆପାଲି ଓ ଚିରିମା ପଞ୍ଚାୟତରେ ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଛନ୍ତି ଲୋକେ ।
ବର୍ଷାରେ ବେହାଲ ନବରଙ୍ଗପୁର, ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା ପ୍ରଶାସନ - heavy rain
ଗତ ତିନି ଧରି ଲାଗି ରହିଥିବା ବର୍ଷା ପ୍ରଭାବରେ ବେହାଲ ହୋଇଛି ନବରଙ୍ଗପୁର ଜିଲ୍ଲା । ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକର ଅନେକ ଗାଁ ବର୍ତ୍ତମାନ ଏକ ପ୍ରକାର ଜଳବନ୍ଦୀ ହୋଇଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ଦିଆଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଜଳବନ୍ଦୀଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟା ଯାଇଛି । ଏଥିସହ ବର୍ଷାଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ଘାଟବାସୁଲି ଓ ଘଟାଚୁରା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ