ନବରଙ୍ଗପୁର: ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପୌରପରିଷଦର ୧ ନମ୍ବର ୱାର୍ଡରେ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ । ପୌରାଧ୍ୟକ୍ଷ ପାର୍ଥୀ କୁନୁ ନାୟକ ଓ କାଉନସିଲର ପାର୍ଥୀ ତୁଳସୀ ବେହେରା ଆଜି ଏଠାରେ ପ୍ରଚାର କରିଛନ୍ତି ।
ନିଜ ସମର୍ଥିତ କର୍ମୀଙ୍କୁ ଧରି ପ୍ରତ୍ୟେକ ଘରକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତା ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ଲୋକଙ୍କଠାରୁ ପଚାରି ବୁଝିଛନ୍ତି । ଜିଲ୍ଲାରେ ବରିଷ୍ଠ ବିଜେପି ନେତା ଗୌରୀ ଶଙ୍କର ମାଝି ଏଠାରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ।