ନବରଙ୍ଗପୁର:ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ ଟିଓଏମଇ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଅଧିକାରୀ ନିଲମ୍ବନ କରିଛନ୍ତି ।
ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନମ୍ବର ୧୯୬୪/୨୧ ଅନୁଯାୟୀ କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଗତମାସ ୨୧ ତାରିଖ ଦିନ ସ୍କୁଲ ଅଭିଭାବକମାନେ ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଓ ଅର୍ଥ ପ୍ରଦାନରେ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ବେହେରା ଅନିୟମିତତା କରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଜିଲ୍ଲାପାଳ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।