ନବରଙ୍ଗପୁର:ଜଙ୍ଗଲରେ ନିଆଁ ଲାଗିବା ପରେ ରାସ୍ତା ଉପରେ ବୁଲୁଛି ହେଟାବାଘ । ନବରଙ୍ଗପୁର ଉମରକୋଟ-ରାଇଘରକୁ ସଂଯୋଗ କରୁଥିବା ରାସ୍ତାର ସରଗୁଲି ଜଙ୍ଗଲ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଉମରକୋଟରୁ ରାଇଘର ଯାଉଥିବା ଏକ ଯାତ୍ରୀ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ପରେ ଏହି ଭିଡ଼ିଓଟି ଏବେ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି । ଜଙ୍ଗଲରେ ନିଆଁ ଲାଗିଥିବାରୁ ଏହି ଭଳି ଭାବେ ବନ୍ୟଜନ୍ତୁମାନେ ଖାଦ୍ୟ ଅନ୍ୱେଷଣ ଗାଁ ମୁହାଁ ତ ଆଉ କେତେବେଳେ ରାସ୍ତା କଡ଼ରେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।