ଓଡିଶା

odisha

By

Published : Aug 23, 2022, 9:31 AM IST

Updated : Aug 23, 2022, 10:38 AM IST

ETV Bharat / state

ମନ୍ଦିର ପରିସରରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

couple committed suicide in nabarangpur
ମନ୍ଦିର ପରିସରରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

ନବରଙ୍ଗପୁର: ମନ୍ଦିର ପରିସରରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ (Couple hanging dead body found) । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘର ଭିତରୁ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ସ୍ଥାନୀୟ ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ହୋଇଥିବା ଜଣାପଡ଼ିଛି । ମୃତ ଯୁବତୀଙ୍କ ପରିଚୟ ଜଣାପଡ଼ିନାହିଁ ।

ମନ୍ଦିର ପରିସରରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

ଯୁବତୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଛି । ଯେଉଁଥିରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ 'ମେରେ ପ୍ୟାରେ ପୂର୍ଣିମା, ମେ ଯା ରାହାହୁଁ ଲଭ ୟୁ ମାଆ' ଏବଂ ଏକ ମୋବାଇଲ ନମ୍ବର ଲେଖା ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ମୃତକଙ୍କ ବାପା କହିଛନ୍ତି, " ପୁଅ ଗାଡ଼ି ଚଳାଏ । କିନ୍ତୁ ଦୀର୍ଘ ଦିନ ଧରି ଘରକୁ ଆସିନଥିଲା । ଉଭୟେ ପରସ୍ପରକୁ ପ୍ରେମ କରୁଥିଲେ ବୋଲି ଜଣାପଡୁଛି ।" ବାପା ମୃତ ଯୁବତୀଙ୍କୁ ଚିହ୍ନି ନଥିବା କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 23, 2022, 10:38 AM IST

ABOUT THE AUTHOR

...view details