ଓଡିଶା

odisha

ETV Bharat / state

Hailstorm Rain: ଅଦିନିଆ କୁଆପଥର ବର୍ଷା, ମଣ୍ଡିରେ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ - ଅଦିନିଆ କୁଆପଥର ବର୍ଷା

ନବରଙ୍ଗପୁରରେ ଅଦିନିଆ କୁଆପଥର ବର୍ଷା । ଚାଷୀ ପ୍ରବଳ କ୍ଷତି ଆଶଙ୍କା ନବରଙ୍ଗପୁର ଜିଲ୍ଲାରେ ଆଜି କୁଆପଥର ସହ ପ୍ରବଳ ବର୍ଷା ହୋଇଥିବା ହୋଇଛି । ଅଧିକ ପଢନ୍ତୁ

ଆଦିନିଆ କୁଆପଥର ବର୍ଷା, ମଣ୍ଡିରେ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ
ଆଦିନିଆ କୁଆପଥର ବର୍ଷା, ମଣ୍ଡିରେ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ

By

Published : Jan 11, 2022, 10:48 PM IST

ନବରଙ୍ଗପୁର: ଅଦିନିଆ କୁଆପଥର ବର୍ଷା । ଚାଷୀଙ୍କ ପ୍ରବଳ କ୍ଷତି ଆଶଙ୍କା । ନବରଙ୍ଗପୁର ଜିଲ୍ଲାରେ ଆଜି କୁଆପଥର ସହ ପ୍ରବଳ ବର୍ଷା ହୋଇଥିବା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ପଶ୍ଚିମାବାୟୁ ପ୍ରବାହିତ ହେଉଛି ଏଣୁ ଦୁଇ ଦିନ ହେବ ମେଘୁଆ ପାଗ ଜାରି ରହିଥିଲେ ମଧ୍ୟ ଆଜି ହଠାତ୍ ଅଦିନିଆ ବର୍ଷା ମାଡି ଆସିବା ସହ ପ୍ରବଳ ବର୍ଷିଥିଲା ।

ଆଦିନିଆ କୁଆପଥର ବର୍ଷା, ମଣ୍ଡିରେ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ

ବର୍ଷାର ପରିମାଣ ଯେତିକି ନଥିଲା ତାହା ଠାରୁ ଅଧିକ କୁଆପଥର ପଡିଥିଲା। କୁଆପଥର ଗୋଟିଏ ଗୋଟିଏ ଦେଢ଼ରୁ ଦୁଇ ଇଞ୍ଚ ବଡ଼ ଥିଲା ଏତେ ମାତ୍ରାରେ କୁଆପଥର ବର୍ଷା ହୋଇଥିଲା ଯେ, ବାହାରକୁ ଦେଖିଲେ ଲାଗୁଥିଲା ସତେ ଯେମିତି ଧଳା ଫୁଲର ଗାଲିଚା ଧରଣୀ ରାଣୀ ଉପରେ ବିଛାଇ ହୋଇପଡିଛି। କିଛି ଲୋକେ ଏହାକୁ ଉପଭୋଗ କରିଥିବା ବେଳେ ଚାଷୀ କିନ୍ତୁ ଚିନ୍ତାରେ । କାରଣ ବର୍ତ୍ତମାନ ମଣ୍ଡି ଚାଲିଥିବା ବେଳେ ଠିକ୍ ସମୟରେ ଧାନ ଉଠି ପାରୁନାହିଁ ମଣ୍ଡି ଗୁଡ଼ିକରେ ଧାନ ପଡ଼ି ରହିଥିବା ବେଳେ ନିୟନ୍ତ୍ରିତ ବଜାର କମିଟି ଆଗୁଆ ପଦକ୍ଷେପ ନେଇ ନଥିବା ଯୋଗୁଁ ମଣ୍ଡି ଗୁଡ଼ିକରେ ଧାନ ଭିଜୁଥିବା ଦେଖାଯାଇଛି। ବର୍ତ୍ତମାନ ଚାଷି ଧାନ, ମକା ବିଭିନ୍ନ ଶସ୍ୟ ଜାଟ ଫସଲ ଅମଳ କରି ରଖିଛି କିମ୍ବା ଅମଳ କରୁଛି ଅଦିନିଆ ବର୍ଷା ଯୋଗୁଁ ଫସଲ ଭିଜି ଯିବାର ଦେଖାଦେଇଛି।

ଅନ୍ୟ ପକ୍ଷରେ ରବି ଫସଲ ଭାବେ ଲଗା ଯାଇଥିବା ମକା ଏବଂ କୋବି ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ମକା ଗଛ ଗୁଡିକ ବର୍ତ୍ତମାନ କଅଁଳ ଅବସ୍ଥାରେ ଥିବାରୁ କୁଆପଥର ମାଡ଼ରେ ଗଛ ଗୁଡିକ ଭାଙ୍ଗି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପରିବା ଚାଷ କ୍ଷତି ହୋଇଛି କିନ୍ତୁ ବିଶେଷ କରି ଫୁଲ କୋବି ଚାଷ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି ଫଳନ୍ତି ଫୁଲ କୋବି ରେ କୁଆପଥର ବର୍ଷାର ମାଡ ଯୋଗୁଁ ଫୁଲ କୋବି ନଷ୍ଟ ହୋଇଯିବ। ରାଇଘର, ଝୋରିଗାଁ ଉମରକୋଟ ବ୍ଲକ ର ଭାମିନି, ଚିକଲପଦର୍, ମୂର୍ତ୍ତୁମା, ଶୁକିଗାଁ, ବୋକଦା, କୋପେନ ଆଦି ପଞ୍ଚାୟତ ଅଦିନିଆ ବର୍ଷା ପ୍ରବଳ ଚାଷ ନଷ୍ଟ ହୋଇଥିବା ଖବର ମିଳୁଛି।

ପ୍ରଶାସନ ତରଫରୁ କ୍ଷୟ କ୍ଷତି ର ଆକଳନ କରାଯାଇନଥିବା ଯୋଗୁଁ ଚାଷ କେତେ କ୍ଷତି ତାହାର ସଠିକ୍ ତଥ୍ୟ ମିଳିପାରି ନାହିଁ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ଏଣୁ ଚାଷି ନିଜ ଫସଲ ବଞ୍ଚାଇବା ଚିନ୍ତାରେ ଅଛନ୍ତି। ବର୍ଷା କମିବା ପରେ ଥଣ୍ଡା ବଢିବା ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣପାଗ ବିଭାଗ ଏଣୁ ଚଳିତ ମାସ କୋଡ଼ିଏ ତାରିଖ ସୁଦ୍ଧା ଥଣ୍ଡା ରୁ ନିସ୍ତାର ମିଳିବ ବୋଲି ଅନୁମାନ କରାଯାଉଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details