ଓଡିଶା

odisha

ETV Bharat / state

ପୋଲିସ ପକ୍ଷରୁ ଚଢାଉ : 50 ହଜାର ଟଙ୍କା ମୂଲ୍ୟର ଗୁଟ୍‍ଖା ଜବତ - gutkha worth rs 50 thousand seized

ଉମରକୋଟ ସହରର ବିଭିନ୍ନ ଗୁଟଖା ଦୋକାନ ଓ ଗୋଦାମରେ ପୋଲିସର ଚଢାଉ । ପୋଲିସ ପ୍ରାୟ 50 ହଜାର ଟଙ୍କାର ଗୁଟଖା ସାମଗ୍ରୀ ଜବତ କରିଛି । ଅଧିକ ପଢନ୍ତୁ...

gutkha worth rs 50 thousand seized
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jan 9, 2020, 1:24 AM IST

ନବରଙ୍ଗପୁର: ଉମରକୋଟ ସହରର ବିଭିନ୍ନ ଗୁଟଖା ଦୋକାନ ଓ ଗୋଦାମରେ ପୋଲିସର ଚଢାଉ । ଡ୍ରଗ୍ସ ଇନସପେକ୍ଟର ମଳୟ ପ୍ରଭାସିନୀ ସାହୁ ଓ ତରୁଣ କୁମାର ସାହୁ ଉମରକୋଟ ପୋଲିସ ଏସଆଇ ପର୍ଶୁରାମ ସାହୁଙ୍କ ନେତୃତ୍ଵରେ ମିଳିତ ଭାବେ ଏକ ଟିମ ଉମରକୋଟର ବିଭିନ୍ନ ଗୁଟୁଖା ଦୋକାନ ଓ ଗୋଦାମ ଉପର ଚଢାଉ କରିଥିଲା । ସହରର ପ୍ରାୟ 15 ଟି ଦୋକାନ ଓ ଗୋଦାମ ଉପରେ ଚଢାଉ କରିଥିଲା ପୋଲିସ ।

ପୋଲିସ ପକ୍ଷରୁ ଚଢାଉ, 50 ହଜାର ଟଙ୍କା ମୂଲ୍ୟର ଗୁଟ୍‍ଖା ଜବତ


ଏଥିରେ 12 ଟି ଦୋକାନରୁ ବିପୁଳ ପରିମାଣ ର ତମାଖୁ, ନିଷିଦ୍ଧ ଗୁଟଖା ଜବତ କରିଛି ପୋଲିସ । ଉମରକୋଟ ପୋଲିସ ହେପାଜତରେ ଦିଆଯାଇଛି ସାମଗ୍ରୀରର ମୂଲ୍ୟ ପ୍ରାୟ 50 ହଜାର ଟଙ୍କାର ହେବ ବୋଲି ସୂଚନା ମିଳିଛି ।

ଏହାସହ ଗୁଟୁଖା ବିକ୍ରି କରୁଥିବା ଦୋକାନୀ ମାନଙ୍କ ଠାରୁ 8400 ଜୋରିମାନା ଆଦାୟ କରାଯାଇଛି । ମଙ୍ଗଳବାର ଏହି ଚଢ଼ାଉ ମୁଖ୍ୟତଃ ବିଦ୍ୟାଳୟ ଓ ଚିକିତ୍ସାଳୟ ନିକଟରେ ଥିବା ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଆଗାମୀ ଦିନରେ ଏହି ପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details