ଓଡିଶା

odisha

ETV Bharat / state

ସରକାର ଶୁଣିଲେନି, ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମ

ଆଜିଯାଏଁ ସରକାରଙ୍କ ବିକାଶ ଗାଡି ଗଡିନି ନବରଙ୍ଗପୁରର ଦୁଇଟି ଗ୍ରାମକୁ । ଶେଷରେ ବାଧ୍ୟହୋଇ ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମବାସୀ ନିଜେ ନିର୍ମାଣ କଲେ ରାସ୍ତା ।

govt. scheme fail in nabarangpur
ନବରଙ୍ଗପୁର ଜିଲ୍ଲାରେ ଫେଲ୍ ମାରିଛି ସରକାରୀ ଯୋଜନା

By

Published : Dec 5, 2019, 10:03 PM IST

ନବରଙ୍ଗପୁର: ସ୍ୱାଧୀନତାର ୭୨ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଗାଁକୁ ଭଲ ରାସ୍ତା ଟିଏ କରି ପାରିଲେନି । ସରକାରଙ୍କ ବିକାଶ ଗାଡି ବି ଗଡିନି ନବରଙ୍ଗପୁରର ଦୁଇଟି ଗ୍ରାମକୁ । କହିବାକୁ ଗଲେ ସରକାରଙ୍କ ମାଳମାଳ ଯୋଜନା ଏଠି ଫେଲ ୍ ମାରିଛି । ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା, ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମ ବିଷୟରେ ।

ନବରଙ୍ଗପୁର ଜିଲ୍ଲାରେ ଫେଲ୍ ମାରିଛି ସରକାରୀ ଯୋଜନା

ଏହି ଗାଁକୁ ପକ୍କା ରାସ୍ତା ନଥିବାରୁ ଆଧୁନିକତାରୁ ବଞ୍ଚିତ ହେଇଛନ୍ତି ଗ୍ରାମବାସୀ । ଭତ୍ତା, ଚାଉଳ, କିରୋସିନୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୭ କିଲୋମିଟର ଦୁରରେ ଥିବା ମୈଦଲପୁର ପଞ୍ଚାୟତକୁ ନିର୍ଭର କରିଥାନ୍ତି । ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଆଜି ଯାଏଁ ଏହି ଗ୍ରାମକୁ ରାସ୍ତାଟିଏ ତିଆରି ହେଇ ପାରିଲାନାହିଁ, ତେଣୁ ଉକ୍ତ ଗ୍ରାମର ଲୋକମାନେ ମିଶି ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରୁଛନ୍ତି ।

ସେପଟେ ଗ୍ରାମରେଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ହେଲେ ଜଙ୍ଗଲ ବାଟ ଦେଇ ଶିଶୁ ମାନଙ୍କୁ ୨ କିଲୋମିଟର ଚାଲିବାକୁ ପଡୁଛି । କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଛାଡ଼ି ଦେଲେ ଆଉ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ଏହି ଦୁଇ ଗ୍ରାମରେ । ତେଣୁ ଅତିଶୀଘ୍ର ସେମାନଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details