ଓଡିଶା

odisha

ETV Bharat / state

5 ହଜାର ଜଳବନ୍ଦୀଙ୍କୁ ଉଦ୍ଧାର କଲା ପ୍ରଶାସନ - ଜଳବନ୍ଦୀ

ଲଗାଣ ବର୍ଷା ପ୍ରଭାବରେ ନବରଙ୍ଗପୁରର ଅନେକ ଗ୍ରାମ ଜଳବନ୍ଦୀ । ପ୍ରାୟ 5 ହଜାର ଲୋକଙ୍କୁ ପାୱାର ବୋଟ ଦ୍ବାରା ଉଦ୍ଧାର କଲା ଜିଲ୍ଲା ପ୍ରଶାସନ ।

ଜଳବନ୍ଦୀ ଅଞ୍ଚଳ

By

Published : Jul 30, 2019, 8:45 PM IST

ନବରଙ୍ଗପୁର: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ସାରା ଓଡିଶା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଉକିଆପାଲି ପଞ୍ଚାୟତର ଅନେକ ଗାଁ ଏବେ ବର୍ଷା ଯୋଗୁଁ ଜଳବନ୍ଦୀ । ଜିଲ୍ଲାପାଳ ଗତକାଲି ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ପାୱାର ବୋଟ ସାହାଯ୍ୟରେ ଜଳବନ୍ଦୀଙ୍କୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଲଗାଣ ବର୍ଷା ପ୍ରଭାବରେ ଅନେକ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାହାଦ୍ବାରା ଜିଲ୍ଲାର ଘାଟବାସୁଲି, ଘାଟଗୁଡା, ଆଳୁପଦର, ପାଇଲପାଲି ଓ ଚିର୍ମା ପଞ୍ଚାୟତ ପଡେଇଗୁଡ, ଦୁଗୁଳାହାଣ୍ଡି, ଯାଗିନୀଗୁଡ଼ା, ଖଣ୍ଡିବାଗଦରୀ ଗାଁ ମାନଙ୍କରୁ ୫ ହଜାର ରୁ ଉର୍ଦ୍ଧ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।

ଜିଲ୍ଲା ପ୍ରଶାସନ ତରଫରୁ ପାୱାର ବୋଟ ସାହାଯ୍ୟରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ସଙ୍ଗମ ସ୍ଥଳୀରେ ଉକ୍ତ ଗାଁ ରହିଥିବାରୁ ପ୍ରତିବର୍ଷ ବର୍ଷାରେ ଜଳବନ୍ଦୀ ହେଉଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details